Breaking News

Day: 20 November 2021

୭ ମାସରେ ୧୯୯ ମାମଲାରେ ୨୦୩ ଗିରଫ : ବ୍ୟାପକ ମଦ ଜବତ୍‌…

November 20, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅବିଭକ୍ତ ଜଳେଶ୍ୱର ଅବକାରୀ ଥାନା ଇଲଊାକାରେ ବ୍ୟାପକ ଚୋରା ମାଦକ ଦ୍ରବ୍ୟ କାରବାର ଚାଲୁଥିବାବେଳେ କର୍ମଚାରୀମାନଙ୍କ ଦ୍ୱାରା ଗତ ୭ ମାସରେ ମୋଟ ୧୯୯ଟି ମାମଲା ରୁଜୁ ହୋଇ ୨୦୩ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ମୋଟ ୧୨୪୨୫ ଲିଟର ଚୋରା ମଦ ଜବତ୍ କରାଯାଇଛି । ଅନ୍ୟପକ୍ଷରେ କର୍ମଚାରୀ, ଗାଡି ଅଭାବରୁ ଏପରି ଚୋରା ବ୍ୟବସାୟ ବନ୍ଦ କରିବା ସମ୍ଭବ ହେଉନଥିବା କୁହାଯାଇଛି । ପଶ୍ଚିମବଙ୍ଗର ଦାନ୍ତୁନ, ମୋହନପୁର, ନୟାଗ୍ରାମ, […]

Read More

ନୂତନ ଶିରିଡି ସାହି ମନ୍ଦିର ପ୍ରତିଷ୍ଠା…

November 20, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ଥାନା ଅନ୍ତର୍ଗତ ଶାଳିକୋଠା ଗ୍ରାମର ସୁଧାଂଶୁ ସେଖର ପ୍ରଧାନଙ୍କ ବାସଭବନରେ ବାବା ଶିରିଡିସାହିଙ୍କର ଏକ ନୂତନ ମନ୍ଦିର ପ୍ରତିଷ୍ଠା ହୋଇଛି । ଏହାକୁ ଲୋକନାଥ ଧର ପରିଚାଳନା କରିଥିଲେ । ଏଥିରେ କାକ ଆଳତୀ, ବିଗ୍ରହ ପ୍ରତିଷ୍ଠା, ସାଇ ସହସ୍ର ନାମଜପ, ଷୋଡଶ ଉପଚାର ପୂଜାର୍ଚ୍ଚନା, ଶ୍ରୀଗୁରୁ ଭାଗବତ, ସ୍ତବନ ମଂଜରୀ ପଠନ, ହୋମ ଇତ୍ୟାଦି ହୋଇଥିଲା । ଏହି ସମାରୋହରେ ସଂଧ୍ୟାରାଣୀ ପ୍ରଧାନ, ହିମାଂଶୁ ସେଖର ପ୍ରଧାନ, […]

Read More

୩ କଳା କୃଷି ଆଇନ୍ ପ୍ରତ୍ୟାହୃତ : ସଂଯୁକ୍ତ କୃଷକ ମୋର୍ଚ୍ଚାର ବିଜୟ ଯାତ୍ରା…

November 20, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ୩ଟି କଳାଆଇନ୍ ବିରେଧରେ ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ପ୍ରାୟ ୧ବର୍ଷ ଧରି ଐତିହାସିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲେ । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଚାଷୀମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ ଅମାନ୍ୟ କରି ସେମାନଙ୍କ ଉପରେ ଅତ୍ୟାଚାର କରିଥିଲେ । କିନ୍ତୁ ଆଇନ୍ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଚାଲିବ ବୋଲି କୃଷକମାନେ ଜବାବ୍ ଦେଇଚାଲିଥିଲେ । କିନ୍ତୁ ଗତକାଲି ଶୁକ୍ରବାର କେନ୍ଦ୍ର ସରକାର […]

Read More

ଜଗନ୍ନାଥ ଡିଗ୍ରୀ କଲେଜରେ ରାଜନିତୀ ବିଜ୍ଞାନର ସ୍ୱାଗତ ଉତ୍ସବ…

November 20, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ପୌରପାଳିକାରେ ଅବସ୍ଥିତ ଜଗନ୍ନାଥ ଡିଗ୍ରୀ କଲେଜର ରାଜନିତୀ ବିଜ୍ଞାନର ସ୍ୱାଗତ ଉତ୍ସବ ଆଜି ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଅଧ୍ୟକ୍ଷା ଜ୍ୟେସ୍ନାଘୋଷ ଅଧ୍ୟକ୍ଷତା କରିଥିଲେ । ରାଜନିତୀ ବିଜ୍ଞାନର ମୁଖ୍ୟ ଶ୍ରବଣ କୁମାର ନାଥ ସମୟାନୁବର୍ତ୍ତିତା ପ୍ରତି ଧ୍ୟାନ ରଖି ରାଜନିତୀ ବିଜ୍ଞାନ ସାମ୍ପ୍ରତିକ ସମାଜରେ ପ୍ରତ୍ୟେକ ଛାତ୍ରଛାତ୍ରୀ ହୃଦ୍‌ବୋଧ ହେବା ଉଚିତ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ରଥ, ରଣଜିତ୍ କୁାର […]

Read More

କଂଗ୍ରେସର ଜନସଂପର୍କ ଅଭିଯାନ ଓ କିଷାନ ବିଜୟ ଦିବସ ପାଳିତ…

November 20, 2021

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ସରକାର ଉଭୟଙ୍କ ସହିତ କଳିକରିବା ସହିତ କୋଳାକୋଳି ମଧ୍ୟ ହୁଅନ୍ତି । ୨ଟି ଯାକ ସରକାର ଦୁର୍ନିତୀରେ ଲିପ୍ତ ଥିବାରୁ ସେ ସଂପର୍କରେ ଜନସଚେତନତା ଲାଗି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିକଙ୍କ ନିର୍ଦ୍ଦେଶରେ ଜନସଂପର୍କ ଅଭିଯାନ ଆରମ୍ଭ ହୋଇଛି । ଏବଂ ୩ଟି କଳାକୃଷକ ଆଇନ୍‌କୁ ସରକାର ପ୍ରତ୍ୟହାର କରିନେଇଥିବାରୁ କିଷାନ ବିଜୟ ଦିବସ ପାଳନ କରୁଥିବା ସଂପର୍କରେ ଆୟୋଜିତ ସଭାରେ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି […]

Read More

ବିପୁଳ ପରିମାଣର ଗଞ୍ଜେଇ ଗଛ ନଷ୍ଟ କଲେ ଅବକାରୀ ପୋଲିସ…

November 20, 2021

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ଆର୍ ଉଦୟଗିରି ଥାନା ଅଧୀନସ୍ଥ ଅନୁଗୁର ପଞ୍ଚାୟତ କଟାମା ଗ୍ରାମର ପ୍ରାୟ ୧୦୫ ଏକର ଜମିରେ ୨ଲକ୍ଷ ୧୦ହଜାର ଲଗା ଯାଇଥିବା ଗଞ୍ଜେଇ ଚାଷ ଗଛକୁ ଅବକାରୀ ପୋଲିସ, ବନ ବିଭାଗ ଓ ରାଜସ୍ୱ ବିଭାଗ ମିଳିତ ସହଯୋଗରେ ଚଢ଼ାଉ କରି ଶୁକ୍ରବାର ଦିନ ନଷ୍ଟ କରାଯାଇଛି ଏବଂ ଥାନାରେ ୧୪୭/୨୧ ମାମଲା ରୁଜୁ କରିଛନ୍ତି । ନଷ୍ଟ କରାଯାଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୨୧ କୋଟି ଟଙ୍କା ହେବ […]

Read More

ସର୍ବ ଭାରତୀୟ ଅଭିଭାବକ ସଂଘ ଜୋନାଲସ୍ତରୀୟ କର୍ମଶାଳା : ପ୍ରତି ବିଦ୍ୟାଳୟରେ ଜଣେ ମନସ୍ତତ୍ଵବିତ ନିଯୁକ୍ତି ଆବଶ୍ୟକ…

November 20, 2021

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରତି ବିଦ୍ୟାଳୟରେ ଜଣେ ମନସ୍ତତ୍ଵବିତ ନିଯୁକ୍ତି ସହ ପ୍ରତି ବେସରକାରୀ ଶିକ୍ଷାନୁଷ୍ଠାନ ଶିକ୍ଷା ଅଧିକାର ଆଇନରେ ଅନ୍ତର୍ଭୁକ୍ତକରଣ ହେବା, ଅଭିଭାବକମାନଙ୍କର ଅଭିଯୋଗ ସବୁକୁ ଶୁଣିବା ପାଇଁ ଗୁରୁତ୍ଵ ଦେବା, ପ୍ରତି ବେସରକାରୀ ସ୍କୁଲର ଆର୍ଥିକ ବ୍ୟବସ୍ଥାର ତଦାରଖ, ଅଭିଭାବକ ତଥା ପରିଚାଳନା ବୋର୍ଡର ସଦସ୍ୟମାନଙ୍କ ଭିତରେ ଭାବର ଆଦାନ ପ୍ରଦାନ ଇତ୍ୟାଦି ସଂଖ୍ୟାଧିକ ସୁପାରିଶକୁ ଆଜି ବ୍ରହ୍ମପୁରଠାରେ ଆୟୋଜିତ ସର୍ବଭାରତୀୟ ଅଭିଭାବକ ସଂଘ ଜୋନାଲସ୍ତରୀୟ କର୍ମଶାଳାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଇ.ଏସ.ଆର.ଡି. […]

Read More

Please Visit to http://www.specialopinion.in

Got it!
X