୯ ନଂ ଜୋନ୍‌ରେ ବିଜେପିର ନିର୍ବାଚନ ସଭା ଅନୁଷ୍ଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ବ୍ଲକର ଆରୁହା ଗ୍ରାମ ପଞ୍ଚାୟତର ଶାଳିକୋଠାଠାରେ ବିଜେପିର ତୁଙ୍ଗ ନେତାମାନଙ୍କର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଫାଲଗୁନୀ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀ ୨୨ବର୍ଷ ଶାସନର ସ୍ଥାଣୁ ସରକାର ବିରୋଧରେ ବର୍ଷିଥିଲେ । ଜନସାଧାରଣଙ୍କ ରେଜଗାରର ପନ୍ଥା ସଂକୁଚିତ ହେଉଥିବା ବେଳେ ନିଶାକାରବାର ବୃଦ୍ଧି ପାଇବା ଏକ ଜନ ମଙ୍ଗଳ ରାଷ୍ଟ୍ରରେ ଶୁଭଙ୍କର ନୁହେଁ ବୋଲି ସେ କହିଥିଲେ । ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ରଘୁନାଥ ମହାନ୍ତି ଉପସ୍ଥିତ ରହି ବିଜେପି ପଦବୀ ନୁହେଁ ପ୍ରଗତୀ ଚାହେଁ, ସ୍ୱାର୍ଥ ନୁହେଁ, ସମ୍ପର୍କ ଚାହେଁ ଓ ସ୍ୱପ୍ନ ସମଗ୍ର ଜନସାଧାରଣଙ୍କର କିନ୍ତୁ ଦାୟିତ୍ୱ ଆମ ବିଜେପି ଦଳର ବୋଲି କହିଥିଲେ । ଜଳେଶ୍ୱର ନିର୍ବାଚନ ପ୍ରଭାରୀ ଜୀବନ ପ୍ରଦୀପ ଦାସ, ସ୍ୱପ୍ନେଶ୍ୱର ମଣ୍ଡଳର ସଭାପତି ତନ୍ମୟ କୁମାର ଚାନ୍ଦ, ଜିଲାପରିଷଦ ପ୍ରାର୍ଥୀନୀ ମାଧବିକା ଜେନା, ଉଚ୍ଚନ୍ୟାୟାଳୟର ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ସରପଂଚ ପ୍ରାର୍ଥୀନୀ ତପନୀ ଭ୍ରୂୟାଁ, ସଦସ୍ୟା ପ୍ରାର୍ଥିନୀ ମଧୁମିତା ମହାନ୍ତି, ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ରବିନ୍ଦ୍ର ଜେନା ସୂଚନା ଓ ମଂଚ ଆହ୍ୱାନ କରିଥିବା ବେଳେ ନିମାଇଁଚରଣ ପ୍ରଧାନ, ସାବିତ୍ରୀ ଜେନା, ଆଦିତ୍ୟ ନାରାୟଣ ପାତ୍ର, ଶ୍ରୀକଣ୍ଠ ମହାନ୍ତି, ସୁମତୀ ଦେ, ବିମ୍ବାଧର ସାହୁ, ଅଂଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା