୮ ଦୁର୍ଦ୍ଧାନ୍ତ ଅପରାଧୀ ଗିରଫ : ୧୦ ମାଉଜର ଜବତ…

ଆସିକା (ସମୃଦ୍ଧ ଓଡିଶା) ଆସିକା ଥାନା ପୋଲିସ ବହୁ ପରିମାଣର ବନ୍ଧୁକ ସହ ମାରଣାସ୍ତ୍ର ଓ ଅପରାଧୀ ଗୋଷ୍ଠୀକୁ ଗିରଫ କରିଥିବା ଜଣାପଡିଛି । ଏନେଇ ଆସିକା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଂଜାମ ଅତିରିକ୍ତ ଏସପି ବିଜୟ କୁମାର ମଲ୍ଲିକ । ସେ କହିଛନ୍ତି ଯେ ୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଠାରୁ ୧୦ଟି ବନ୍ଧୁକ, ୧୦ଟି ଅଫୁଟା ବୋମା, ୫୩ ଟି ଜୀବନ୍ତ ଗୁଳି, ବହୁ ମାରଣାସ୍ତ୍ର ଓ ୪ଟି ମୋଟର ସାଇକେଲ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ହତ୍ୟା, ହତ୍ୟା ଉଦ୍ୟମ, ଡକାୟତି, ଦାଦାବଟି ଓ ରାହାଜାନୀ ଘଟଣାରେ ସଂପୃକ୍ତ ଥିବା ଜଣାପଡିଛି । ତେବେ ଅପରାଧୀମାନଙ୍କ ପକ୍ଷରୁ ଏକ କାଳୀନ ଭାବେ ବହୁ ପରିମାଣର ବନ୍ଧୁକ ଜବତ ହେବା, ଓଡ଼ିଶା ପୋଲିସ ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା