୮ ଦିନ ବ୍ୟାପି କ୍ରିକେଟ ଟୁର୍ଣ୍ଣମେଣ୍ଟର ଉଦ୍‌ଯାପନୀ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ତହସିଲ ଅନ୍ତର୍ଗତ ଚୋରମରା ଗ୍ରାମରେ ଏକ ୮ଦିନ ବ୍ୟାପି କ୍ରିକେଟ ଟୁଣ୍ଟାମେର୍ଣ୍ଟର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ନିୟୁ ଫ୍ରେଣ୍ଡସ୍ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଟୁର୍ଣ୍ଣମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟାଚ୍‌ରେ କେଶପୁରାର ଷ୍ଟାର୍ ଏଣ୍ଡ ଷ୍ଟାର୍ କ୍ଲବ ଏବଂ ଜଳେଶ୍ୱରପୁର ବିଡବ୍ଲୁସିଟି କ୍ଲବ ମଧ୍ୟରେ ଖେଳାଯାଇଥିଲା । ଖେଳ ଆରମ୍ଭରେ ଜାତୀୟ ସଂଗୀତ ଗାନ ପରେ ଏମ୍ପିଆର ବିଶ୍ୱମ୍ବର ନାଥ, ସୁଭେନ୍ଦୁ ପରିଡାଙ୍କ ପରିଚାଳନାରେ ୨୦ଓଭର ବିଶିଷ୍ଟ ଖେଳ ଅନୁଷ୍ଠିତ ହୋଇଥିଲା । କେଶପୁର ଦଳ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ୍‌ରେ ୨୪୯ରନ୍ କରିଥିବା ବେଳେ ଜଳେଶ୍ୱରପୁର ଦଳ ମାତ୍ର ୭୯ରନ୍ କରି ଅଲ୍ ଆଉଟ୍ ହୋଇଥିଲେ । ଉଦ୍‌ଯାପନୀ ଉତ୍ସବରେ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ବିଜୟ କୁମାର ପରିଡା ଯୋଗ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ହରିହର ସାହୁ, ଗୁନାଧାର ସାହୁ, ତପନ ସାହୁ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଦଳକୁ ଟ୍ରଫି ଓ ଉପବିଜେତା ଦଳକୁ ରନର୍ସଅଫ ଟ୍ରଫି ପ୍ରଦାନ କରାଯାଇଥିଲା ।