୮ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ୮ଟି ରାଜ୍ୟରେ ନୂତନ ରାଜ୍ୟପାଳ ନିଯୁକ୍ତି କରାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥିବା ଥାୱରଚନ୍ଦ ଗେହଲଟଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ ଏମସି ପଟେଲଙ୍କୁ ମଧ୍ୟପ୍ରଦେଶ, ହରିବାବୁ କୁମ୍ଭପତିଙ୍କୁ ମିଜୋରାମ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଏହାସହ ହିମାଚଳ ପ୍ରଦେଶର ରାଜ୍ୟପାଳ ଥିବା ବନ୍ଦାରୁ ଦତ୍ତାତ୍ରେୟଙ୍କୁ ହରିୟାଣା ରାଜ୍ୟପାଳେ ଭାବେ ବଦଳି କରାଯାଇଛି । ମିଜୋରାମ ରାଜ୍ୟପାଳ ଥିବା ଶ୍ରୀଧରନ ପିଲାଇଙ୍କୁ ଗୋଆ, ହରିୟାଣାର ରାଜ୍ୟପାଳ ଥିବା ସତ୍ୟଦେବ ନାରାୟଣ ଆର୍ଯ୍ୟଙ୍କୁ ତ୍ରିପୁରା ଦାୟିତ୍ୱ ମିଳିଛି ଏବଂ ତ୍ରିପୁରା ରାଜ୍ୟପାଳ ଥିବା ରମେଶ ବୈଶଙ୍କୁ ଝାଡ଼ଖଣ୍ଡ ରାଜ୍ୟପାଳ ରୂପେ ବଦଳି କରାଯାଇଛି ।