୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଗଞ୍ଜାମ ଜିଲ୍ଲା ଅବକାରୀ ବିଭାଗ ଓ ବ୍ରହ୍ମପୁର ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ବଡ ଧରଣର ଚଢାଉ କରି ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ବଡଗଡ଼ ଥାନା ସାଆବା ପଞ୍ଚାୟତ ଖାରିପଲ୍ଲୀ ଓ ଅର୍ଜୁନପଲ୍ଲୀ ଅଞ୍ଚଳରେ ଲାଗିଥିବା ଗଞ୍ଜେଇ ଗଛକୁ କାଟି ସଫା କରିଛନ୍ତି । ୧୨୨ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରଯାଇଛି । ଗଞ୍ଜାମ ଜିଲ୍ଲାପାଳ ଓ ଗଞ୍ଜାମ ଏସ୍ ପିଙ୍କ ନିର୍ଦ୍ଦେଶରେ ଆଜି ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏଥିରେ ଅବକାରୀ ବିଭାଗ ଓ ବନ ବିଭାଗ ଶେରଗଡ, ଧରାକୋଟ ଓ ସୋରଡା ପୋଲିସ, ସ୍ଥାନୀୟ ତହସିଲଦାର କଟକ ଗୁଇନ୍ଦା ବିଭାଗ ପକ୍ଷରୁ ପ୍ରାୟ ୩୦୦ରୁ ଅଧିକ କର୍ମଚାରୀମାନେ ମିଳିତ ଭାବେ ଗଞ୍ଜେଇ ଗଛ କଟା ଅଭିଯାନରେ ସାମିଲ୍ ହୋଇଥିଲେ । ଗଞ୍ଜେଇ ଗଛକୁ କାଟିବା ପରେ କିରୋସିନି ପକାଇ ନଷ୍ଟ କରାଯାଇଥିଲା । ପ୍ରାୟ ୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି ବୋଲି ଗଞ୍ଜାମ ଅବକାରୀ ବିଭାଗ ପକ୍ଷରୁ ଆସ୍କା ଏସଡ଼ିପିଓ ଉମା ଶଙ୍କର ସିଂହ ସୂଚନା ଦେଇଛନ୍ତି । 

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା