୬ ଗୋଟି ବେସରକାରୀ ଚିକିସ୍ଥାଳୟର ସ୍ୱାସ୍ଥ୍ୟ ବ୍ୟବସ୍ଥାର ତଦାରଖ କଲେ ମହାନଗର ନିଗମ କମିଶନର…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ବ୍ରହ୍ମପୁର ମହାନଗର ନିଗମ କମିଶନର ଶ୍ରୀ ଯେ. ସୋନାଲ, ଉପ-ଜିଲ୍ଲାପାଳ ଶ୍ରୀ କୁଳକର୍ଣ୍ଣି ଆଶୁତୋଷ ସି.ଓ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ତତ୍ୱବାଧାନରେ ବ୍ରହ୍ମପୁର ସହରରେ ଅବସ୍ଥିତ ୬ ଗୋଟି ବେସରକାରୀ ଚିକିସ୍ଥାଳୟରେ ଅଚାନକ ଗସ୍ତ କରି ସ୍ୱାସ୍ଥ୍ୟ ବ୍ୟବସ୍ତାର ତଦାରଖ କରିଥିଲେ । ଏହି ଚିକିସ୍ଥାଳୟ ଗୁଡିକ ଯେପରିକି ବ୍ରହ୍ମପୁର କାର୍ଡିଆକ ସେଣ୍ଟର, ଜଗନ୍ନାଥ ହସ୍ପିଟାଲ, ଯଶୋଦା ଡ଼ାଇଗ୍ନୁସିସ, ଆସ୍ଥା ହସ୍ପିଟାଲ, ଗୁରୁଦେବ ହସ୍ପିଟାଲ, ଅମିତ ହସ୍ପିଟାଲ ।ଏହି ୬ ଗୋଟି ବେସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ବିଭିର୍ଣ୍ଣ ବ୍ୟବସ୍ତା ଯେପରିକି, ବିଲଡିଂ Occupancy ସାର୍ଟିଫିକେଟର ବୈଧତା, କ୍ଲିନିକାଲ ଏଷ୍ଟାବ୍ଲିଜମେଣ୍ଟ ସାର୍ଟିଫିକେଟ(Clinical Establishment Certificate)ର ବୈଧତା, ଜୈବିକ ବର୍ଯ୍ୟବସ୍ତୁର ପରିଚାଳନା, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଟ୍ରେଡ଼ ଲାଇସେସ୍ସ(Trade License)ର ବୈଧତା, ଏସ୍ରେ(X-Ray) ଓ Ultra Sound registrationର ବୈଧତା ଇତ୍ୟାଦି ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଯାଞ୍ଚ କରିଥିଲେ ।