୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣପଦକ ହାସଲ କଲେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ୬୧ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ସ୍ୱର୍ଣ୍ଣପଦକ ଏବଂ ରୋପ୍ୟ ପଦକ ହାସଲ କରି କୃତିତ୍ତ୍ୱର ସହ ଗୌରବ ଅର୍ଜନ କରିଛନ୍ତି । ଓଡ଼ିଶା ସୁମିଙ୍ଗ ସଂଘ ପକ୍ଷରୁ ଆୟୋଜିତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ବିଜୁ ପଟ୍ଟନାୟକ ସୁମିଙ୍ଗ ପୁଲରେ ଗତ ୨୫ ଓ ୨୬ ତାରିଖରେ ଅନୁଷ୍ଠିତ ଦୁଇ ଦିନିଆ ରାଜ୍ୟସ୍ତରୀୟ ଏହି ସନ୍ତରଣ ପ୍ରତିଯୋଗିତାରେ ଗଞ୍ଜାମ ଜିଲ୍ଲାରୁ ୧୧ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେଥିରେ ପୁରୁଷ ବର୍ଗରୁ ଶୁଭ୍ରନ୍ତ ପାତ୍ର ୨୦୦ ମିଟର ବଟରଫ୍ଲାଏ, ୫୦ ମିଟର ବଟରଫ୍ଲାଏ,୧୦୦ ମିଟର ବଟରଫ୍ଲାଏ ଓ ୨୦୦ ମିଟର ପ୍ରିଷ୍ଟାଇଲ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ୧୦୦ ମିଟର ପ୍ରିଷ୍ଟାଇଲ ସନ୍ତରଣ କରି ରୋପ୍ୟ ପଦକ ହାସଲ କରିଛନ୍ତି । ସେହିପରି ପ୍ରୀତମ ବେହେରା ପାରା ୫୦ ମିଟର ପ୍ରିଷ୍ଟାଇଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶୁଭ୍ରନ୍ତ ପାତ୍ର ରାଜ୍ୟ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ଚମ୍ପିୟାନ ସହ ଓଭରାଲ ଚମ୍ପିୟାନ ହୋଇଛନ୍ତି । ବୋଲି କୋଚ୍ କେ. ମନୋଜ ପ୍ରଧାନ ଜଣାଇଛନ୍ତି । ଏହି ଖେଳାଳୀ ମାନଙ୍କୁ ଜିଲ୍ଲାର ଆର୍ଥଲଟିକ ସମ୍ପାଦକ ଅଶୋକ କୁମାର ସାହୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଖେଳାଳୀ ମାନଙ୍କୁ ସମ୍ବର୍ଦ୍ଧନା ସହ ଶୁଭେଚ୍ଛା ସୁଅ ଛୁଟିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା