୬୦ ନଂ ଜାତୀୟ ରାଜପଥ ନହଞ୍ଚରା ବାଇପାସ୍‌ଠାରେ ବାଇକୁ ପିଟିଲା ପିକ୍‌ଅପ୍‌…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଶନିବାର ମଧ୍ୟାହ୍ନରେ ୬୦ନଂ ଜାତୀୟ ରାଜପଥ ନହଞ୍ଜରା ବାଇପାସ୍ ଅନତି ଦୂରରେ ଏକ ବାଇକ୍‌କୁ ପଛପଟୁ ପିକ୍‌ଅପ୍ ଧକ୍କା ଦେଇଥିଲା । ଫଳରେ ପିକ୍‌ଅପ୍‌ଟି ବାଇକ୍ ଉପରେ ଚଢି ଯିବାରୁ ପ୍ରାୟ ୫୦ମିଟର ଆରୋହି ଓ ବାଇକ୍ ଘୋଷାରି ହୋଇ ଯାଇଥିଲେ । ଘଟଣାରୁ ପ୍ରକାଶ ନହଞ୍ଜରା ଗାଁ ରାମଚନ୍ଦ୍ର ଜେନ ପ୍ରତିଦିନ ନୂଆବଜାର ଛକରେ ମାଛ ବିକ୍ରି କରି ଆସୁଥିଲେ । ଆଜି ମଧ୍ୟ ମାଛବିକ୍ର ସାରି ଫେରୁଥିବା ବେଳେ ତାଙ୍କ ବାଇକ୍ ଓଡି୦୧ଡି-୭୨୨୮କୁ ଓଡି୦୧ଏକେ-୪୪୦୯ ପିକ୍‌ଅପ୍ ଖଡଗପୁରରୁ ଫେରୁଥିବା ବେଳେ ପଛପଟୁ ପିଟିଥିଲା । ଦୁର୍ଘଟଣାପରେ ସ୍ଥାନୀୟ କେତେକ ଲୋକ ଗୁରୁତର ଆହତ ରାମଚନ୍ଦ୍ର ଜେନାକୁ ଜିକେଭଟ୍ଟର ହସ୍‌ପିଟାଲରେ ଭତ୍ତି କରିଥିବା ବେଳେ ପିକ୍‌ଅପ୍ ଡ୍ରାଇଭର ଆନନ୍ଦ ମଲ୍ଲିକକୁ ପୁଲିସ୍‌କୁ ଜିମା ଦେଇଛନ୍ତି । ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ଜାରୀ ରଖିଛି ।

ରିପୋର୍ଟ ; ଭୂପତି ପରିଡା