୬୦ ଜାତୀୟ ରାଜପଥରେ ଜରୁରୀ ଅବତରଣୀ ହେବ ବାୟୁସେନାର ଯୁଦ୍ଧ ବିମାନ-ପୂର୍ବତନ ସୁରକ୍ଷା ବ୍ୟବସ୍ଥା : ୧୦୮ କୋଟି ଟଙ୍କା ବ୍ୟୟରେ ୫ କି.ମି. ରନ୍‌ୱେ ନିର୍ମାଣାଧିନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ପୂର୍ବତଟ ସୁରକ୍ଷା ଲାଗି କେନ୍ଦ୍ର ସରକାର ବାୟୂସେନା ବିଭାଗର ବିମାନର ଜରୁରୀ ଅବତରଣର ବ୍ୟବସ୍ଥା କରିଛନ୍ତି । ଦେଶର ୩ୟ ଏପରି ଜାତୀୟ ରାଜପଥ ଓ ବିମାନ ଅବତରଣ କେନ୍ଦ୍ର ର ବ୍ୟବସ୍ଥା ବାଲେଶ୍ୱର-ଖଡଗପୁର ୬୦ନଂ ଜାତୀୟ ରାଜପଥରେ ବ୍ୟବସ୍ଥା ହୋଇଥିବା ଜଣାଯାଇଛି । ଦେଶର ପୂର୍ବ ଉପକୂଳ ପଶ୍ଚିମବଂଗର ପୂର୍ବମେଦିନୀପୁର ଜିଲା ଅନ୍ତର୍ଗତ ହଳଦିଆରୁ ବାଲେଶ୍ୱର ଜିଲା ଅନ୍ତର୍ଗତ ଚଉମୁଖ ଯାଏ ସମୁଦ୍ର ବେଳାଭୂମୀ ଦେଇ ବର୍ହିଶତ୍ରୁ ଦେଶକୁ ପ୍ରବେଶ କରିବା ସମ୍ଭାବନା ଦେଖା ଦେଇଛି । ବିଶେଷ କରି ଖଡଗପୁର ନିକଟସ୍ଥ କଲେଇକୁଣ୍ଡା ଏବଂ ବାଲେଶ୍ୱର ଜିଲାର ଚାନ୍ଦିପୁର ଯାଏ ସମୁଦ୍ର ବେଳାଭୂମୀର ସୁରକ୍ଷା ନଥିବାରୁ ହଠାତ୍ ବାୟୁସେନାର ଅବତରଣ ଲାଗି ଏକ ବ୍ୟବସ୍ଥା କରାଯାଇଥିବା ଆଜି ସୂଚନା ମିଳିଛି । ଦେଶରେ ୧୯ଟି ରାଜପଥରେ ଏପରି ବ୍ୟବସ୍ଥା ହେଉଥିବା ବେଳେ ୬୦ନଂ ଜାତୀୟ ରାଜପଥର ଓଡିଶା-ପଶ୍ଚିମବଂର ସୀମା ବେଲଦାର ଅନତୀ ଦୂରରେ ଏପରି ଜାତୀୟ ରାଜପଥ – ବାୟୁସେନାର ଜରୁରୀ ଅବତରଣ କେନ୍ଦ୍ର (ହାଇୱେ-ରନ୍‌ୱେ ଅଫ ଏୟାର୍ ଫୋର୍ସ) ନିର୍ମାଣ ହେଉଥିବା ଜଣାଯାଇଛି । ଶ୍ୟାମପୁରା ଠାରୁ ପୋକ୍ତାପୋଲ ଯାଏ ୫ କି.ମି ଦୈଘ୍ୟ ବିଶିଷ୍ଟ ବାୟୁସେନାର ଏହି ଅବତରଣ ଲାଗି ହେଉଥିବା କାର୍ଯ୍ୟକୁ ଗତ ଡିସେମ୍ବର ମାସରେ ଉତ୍ତରପ୍ରଦେଶର ନଟବିନ୍ଦୁ ନାମକ ଏକ କମ୍ପାନୀ କାର୍ଯ୍ୟାଦେଶ ନେଇ ନିର୍ମାଣ ଆରମ୍ଭ କରିଛି । ୧୦୮ କୋଟି ଟଙ୍କା ବ୍ୟୟରେ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ ନାମ ନାମ ପ୍ରକାଶ ନ କରି ଆଜି ଗୁରୁବାର ଏଠାରେ କହିଛନ୍ତି । କଲେଇକୁଣ୍ଡାର ବାୟୁସେନା ବିଭାଗ ପକ୍ଷରୁ ‘ଚକ୍ରପ୍ରକଳ୍ପ’ ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଅନ୍ତର୍ଗତ ତାଳସାରୀଠାରେ କାର୍ଯ୍ୟ କରିଆସୁଛି । ଏହା କେବଳ ଅସ୍ଥାୟୀ ପରୀକ୍ଷାକେନ୍ଦ୍ରଭାବେ କାର୍ଯ୍ୟ କରିଆସୁଥିବା ବେଳେ ବର୍ହିଶତୃ ଆକ୍ରମଣକୁ ପ୍ରତିହତ କରିବାଲାଗି କେନ୍ଦ୍ର ସରକାର ଏପରି ଏକ ବ୍ୟବସ୍ଥା କରିଛନ୍ତି । ବାୟୁସେନା ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକାରଣ ବିଭାଗର ମିଳିତ ଉଦ୍ୟଗରେ ଏପରି କାର୍ଯ୍ୟ ଚାଲିଥିବାର ଜଣାଯାଇଛି । ଏହି କାର୍ଯ୍ୟ ଆସନ୍ତା ମାର୍ଚ୍ଚମାସ ସୁଦ୍ଧା ଶେଷ ହେବାକୁ ନିର୍ଦ୍ଦେଶଥିବା ଜଣାଯାଇଛି । ଆଜି ରାଜସ୍ଥାନରେ ରାସ୍ତା, ପରିବହନ ଓ ରାଜପଥ ବିଭାଗର ମନ୍ତ୍ରୀ ନୀତିନ ଗଡକରୀ ବାଡମେର୍ ରାଜୀୟରାଜପଥ ୯୨୫ର ଗାନ୍ଧବ-ବାଖାସର ସେକ୍‌ସନରେ ଏପରି ଏକ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ସୁରକ୍ଷା ସହିତ ପୂର୍ବଉପକୂଳର ସ୍ଥାନ ଗୁଡିକ ବନ୍ୟା, ବାତ୍ୟାପ୍ରବଣ ହୋଇଥିବାରୁ ଉଦ୍ଧାରକାର୍ଯ୍ୟ ଓ ରିଲିଫ କାର୍ଯ୍ୟକୁ ତ୍ୱରାନ୍ନତି କରିବାଲାଗି ବାୟୁସେନାର ଯୁଦ୍ଧ ଯାହାଜ ଅବତରଣ ଆବଶ୍ୟକତା ବୋଲି ଜଳେଶ୍ୱରକୁ ଆସିଥିବା ଅଫିସର ଜଣକ ସାମ୍ବାଦିକ ମାନଙ୍କୁ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା