୬୦ନଂ ଜାତୀୟ ରାଜପଥରେ ସ୍କୁଟିକୁ ପିଟିଲା ଅଜଣା କାର୍ : ୧ ମୃତ, ୧ ଗୁରୁତର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୬୦ନଂ ଜାତୀୟ ରାଜପଥର ଗାୟତ୍ରୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ସ୍କୁଟିକୁ ଏକ ଅଜାଣ କାର୍‌କୁ ଧକ୍କା ଦେଇ ଫେରାର ହୋଇଥିବା ବେଳେ ସ୍କୁଟିରେ ଥିବା ୨ଜଣଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ହୋଇ ପ୍ରଥମେ ଜିକେ ଭଟ୍ଟର ହସ୍‌ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଆଜି ପୂର୍ବାହ୍ନରେ ଶାନ୍ତିଆ ଗାଁର ରମେଶ ଚନ୍ଦ୍ର ସାହୁଙ୍କ ଟ୍ରାକ୍ଟର ଡ୍ରାଇଭର ଛୋଟରାୟ ଟୁଡୁ (୧୮) ଓ ଲାଲାଚାନ୍ଦ ସିଂ (୨୩) ଦୁହେଁ ମୟୁରଭଂଜର ମାଣିତ୍ରୀକୁ ଗଲାବେଳେ ଗାୟାତ୍ରୀ ଫିଲିଂ ଷ୍ଟେସନ ସମ୍ମୁଖରେ ଏକ ଅଜଣା କାର୍ ସାମନାପଟୁ ଧକ୍କା ଦେଇଥିଲା । ଏଥିରେ ଛୋଟରାୟ ଟୁଡୁର ମୁୃତ୍ୟୁ ଘଟିଛି । ସେ ଗତ ୩ବର୍ଷ ଧରି ରମେଶ ସାହୁଙ୍କ ନିକଟରେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲା । ସେ ରାଇବଣିଆ ଥାନା ଅନ୍ତର୍ଗତ ଖୁଆଡ ଗ୍ରାମର ଲସ ଟୁଡୁର ଏକମାତ୍ର ପୁଅ ଥିଲେ । ଘଟଣା ଶୁଣି ଛୋଟରାୟର ବାପା, ମା ଜଳେଶ୍ୱର ହସ୍‌ପିଟାଲ ପରିସରରେ ଏକମାତ୍ର ପୁଅର ଶବ ବ୍ୟବଚ୍ଛେଦ କରି ଘରକୁ ଯିଂବା ସଂପର୍କରେ କହିଥିଲେ ।