୬୦ନଂ ଜାତୀୟ ରାଜପଥରେ ଦଳିଲା ଗାଡି : ଅଜଣା ଯୁବକ ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ୬୦ନଂ ଜାତୀୟ ରାଜପଥର ଜଳେଶ୍ୱର ନିକଟ ଟୋଲ ପ୍ଲାଜା ଠାରେ ଆଜି ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ଅଜଣା ଯୁବକର ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଟୋଲ ପ୍ଲାଜା ନିକଟ ବାଇପାସ୍ ରୋଡ ନିକଟରେ ଜଣେ ଅଜଣା ବ୍ୟକ୍ତି ଗରମ ଯୋଗୁଁ ରାସ୍ତାକଡରେ ଶୋଇଥିଲେ । ଭୋର ସମୟରେ କୌଣସି ଏକ ଟ୍ରକ ଗଲାବେଳେ ଶୋଇଥିବା ବ୍ୟକ୍ତି ଉପରେ ଚଢିଯିବାରୁ ତାର ଛାତି ତଳୁ ଆଣ୍ଠୁ ଯାଏ ଚକଟି ଯାଇଥିବାର ଦେଖିବାକୁ ମିଳୁଛି । ଗାଡିଟି ଫେରାର ହେବା ପରେ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ । କିନ୍ତୁ ଆଜି ସଂଧ୍ୟାସୁଦ୍ଧା ପୋଲିସ୍ ଘଟଣାର ଛାନ୍‌ଭିନ୍ କରିଥିଲେ ମଧ୍ୟ ଅଜଣା ବ୍ୟକ୍ତି କିମ୍ବା ଗାଡିର ସଂପର୍କରେ କୌଣସି ଟେର ପାଇନଥିବାର ଜଣାଯାଇଛି । ସଂଧ୍ୟାସୁଦ୍ଧା ମୃତ ବ୍ୟକ୍ତିର ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ ବ୍ୟକ୍ତି ଜଣକ କୌଣସି ଏକ ଗାଡିର ହେଲପର ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

ରିପୋର୍ଟ : ଭୂପତି କୁମାର ପରିଡା