୬ଦଫା ଦାବିରେ ଅଙ୍ଗନୱାଡି ସଂଘ ପକ୍ଷରୁ ସିଡିପିଓଙ୍କୁ ଦାବିପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ନିଖିଳ ଓଡିଶା ଅଙ୍ଗନୱାଡି କର୍ମୀ ସଂଘ, ଜଳେଶ୍ୱର ବ୍ଲକ କମିଟି ପକ୍ଷରୁ ଆଜି ୬ ଦକ୍ଷା ଦାବିରେ ଜଳେଶ୍ୱର ସିଡିପିଓ ଦିପ୍ତୀମୟୀ ପୋଥାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଅଙ୍ଗନୱାଡିକୁ ଯୋଗାଇ ଦିଆଯାଉଥିବା ସରଞ୍ଜାମ ନିମ୍ନ ମାନର ଓ ତାହା କେନ୍ଦ୍ର ଗୁଡିକରେ ଦେବର ନିୟମ ଥିଲେ ମଧ୍ୟ ବ୍ଲକୁ ଆସି ନେବାକୁ ବାଧ୍ୟ କରାଯାଉଛି । ଛତୁଆ ଓ ବାଦମ ଗୁଡ ଲଡୁ ଯୋଗାଣ କରୁଥିବା ସଂସ୍ଥା ମଧ୍ୟ ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି । ଏହା ନିର୍ଦ୍ଧାରିତ ସମୟରେ ଦେବାକୁ ଦାବି କରିଛନ୍ତି । ଚାଉଳ ଯୋଗାଇ ଦିଆଯାଉଥିବା ସଂସ୍ଥା କେନ୍ଦ୍ର ଗୁଡିକୁ ନିର୍ଦ୍ଦିଷ୍ଟ ସମୟରେ ଯୋଗାଉନାହାନ୍ତି । ଫଳରେ ହଟ୍‌କୁକ୍‌, ଏସ୍‌ଏନ୍‌ପି ଓ ଟିଏଚ୍‌ଆର୍ ଯୋଗାଣରେ କର୍ମୀ ଅସୁବିଧାର ସମ୍ମୁଖୀନ ହେଉଛି । ମ୍ୟୁନିସିପାଲଟି ଅଂଚଳରେ କେନ୍ଦ୍ର ଗୁଡିକର ପୁନଃର୍ଗଠନ ଓ ସୀମା ନିର୍ଦ୍ଧାରଣ କରାଯାଉ । ନୂତନ ଅଙ୍ଗନୱାଡି କର୍ମୀ ଓ ସହାୟିକ ନିଯୁକ୍ତି କର।।ଯାଉ । ମିନି ଅଙ୍ଗନୱାଡି କେନ୍ଦ୍ର ଗୁଡିକୂ ସାଧାରଣ ଅଙ୍ଗନୱାଡି କେନ୍ଦ୍ରର ମାନ୍ୟତା ଦିଆଯିବା ସଂପର୍କରେ ଲିଖିତଭାବେ ଆଜି ସିଡିପିଓଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ସଭାପତି ଲକ୍ଷ୍ମିପ୍ରିୟା ଦାସ, ସଂପାଦିକା କଳ୍ପନା ଦେ, ମମତା ଦାସ ମହାପାତ୍ର, ସୁଜାତା ବାରିକ, ଉପଦେଷ୍ଟା କମଳ ଚକ୍ରବର୍ତ୍ତୀ, ମନୋରଂଜନ ଦାସ ଓ ଶ୍ରୀନିବାସ ଦାସ ମହାପାତ୍ର ପ୍ରମୁଖ ଏହାର ନେତୃତ୍ୱ ନେଇଥିଲେ ।