୫୭ନଂ ରାଜ୍ୟ ରାଜପଥର ଆମ୍ବଳିଅଠା ଠାରେ ଦୁର୍ଘଟଣା : ୩ ଆହତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଅପରାହ୍ନରେ ଜଳେଶ୍ୱର-ଚନ୍ଦନେଶ୍ୱର ୫୭ ତମ ରାଜ୍ୟ ରାଜପଥର ଆମ୍ବଳିଅଠାଠାରେ ଏକ ବାଇକ୍‌କୁ ଏକ ସ୍କୁଟି ଧକ୍କା ଦେବାରୁ ୩ଜଣ ଆହତ ହୋଇଥିବା ଜଣାଯାଇଛି । ରାସ୍ତାକଡରେ ଓଡି୦୧ଏମ୍‌୪୦୫୦ ବାଇକ୍‌ଟି ଛିଡା ହୋଇଥିବା ବେଳେ ଓଡି୦୧ଏଇ-୨୬୩୫ ସ୍କୁଟି ପଛପଟୁ ଧକ୍କା ଦେବାରୁ ୩ ଜଣ ଆହତ ହୋଇ ଚିକିତ୍ସାଧିନ ରହିଛି । ଆମ୍ବଳିଅଠା ଗାଁର ନାରାୟଣ କର (୩୦)ର ବାମ ଗୋଡ ଭାଂଗି ଯାଇଥିବାରୁ ତାର ଅଧିକ ଚିକିତ୍ସା ଲାଗି ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଆମ୍ବଳିଅଠା ଗ୍ରାମ ନିକଟରେ ଏକ ପେଟ୍ରୋଲପମ୍ପ ଓ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଥିବାରୁ ଗ୍ରାମର ଜଗବଂଧୁ ଜେନା, ସୁବଲ କୁମାର ଜେନା, ରବିନାରାୟଣ ପାତ୍ର, ପ୍ରଣବେଶ ଜେନା, ବାସନ୍ତି ପ୍ରଧାନ, ଶୁଷମା ଜେନା ପ୍ରମୁଖ ଦାବି କରିଛନ୍ତି ।