୫ମ ପର୍ଯ୍ୟାୟ ଲକଡାଉନର ନିୟମ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) କରୋନା ଭୁତାଣୁ ସଂକ୍ରମଣ ଦିନକୁ ଦିନ ବଢି ଚାଲିଥିବାରୁ ଏହାକୁ ପ୍ରତିହତ କରିବା ପାଇଁ ଲକଡାଉନ ଅବଦ୍ଧିକୁ ଜୁନ ୩୦ ଯାଏଁ ବଢାଯାଇଛି । ସୂଚନା ଅନୁଯାୟୀ ଲକଡାଉନ ୫ମ ପର୍ଯ୍ୟାୟରେ କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ବଳବତ୍ତର ରହିବ ଲକଡାଉନ୍ ଓ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍ଥାନରେ ପର୍ଯ୍ୟାୟକ୍ରମେ ନିୟମ କୋହଳ କରାଯିବ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ ପାଇଥିବା ଜଣାପଡିଛି । ଗୃହ ମନ୍ତ୍ରଣାଳୟର ନୂଆ ବିଜ୍ଞପ୍ତି ଅନୁଯାୟୀ ଜାଣନ୍ତୁ ୫ ପର୍ଯ୍ୟାୟ ଲକଡାଉନର ନିୟମ……
୧. ରାତି ୯ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବା ଉପରେ କର୍ଫ୍ୟୁ ନିୟମ ଲାଗୁ ହେବ ନାହିଁ ।
୨. ଜୁନ୍ ୮ରୁ ହୋଟେଲ, ରେଷ୍ଟୁରାଣ୍ଟ, ସପିଂ ମଲ୍ ଖୋଲିବାକୁ ଅନୁମତି ଦିଆଯିବ ।
୩. ସ୍କୁଲ, କଲେଜ ଓ କୋଚିଙ୍ଗ ସେଣ୍ଟର ଖୋଲିବା ପାଇଁ ବିଚାର କରାଯିବ ।
୪. କରୋନା ସ୍ଥିତିକୁ ଦେଖି ଅନ୍ତର୍ଜାତୀୟ ବିମାନ ଯାତ୍ରା, ମେଟ୍ରୋ, ସିନେମା ହଲ୍ ଏବଂ ଜିମ୍ ଖୋଲିବା ଉପରେ ଆଲୋଚନା କରାଯିବ ।
୫. ସମସ୍ତ ଧାର୍ମିକ ସ୍ଥାନ ଖୋଲିବାକୁ ସରକାର ଅନୁମତି ଦିଆଯାଇଛି ।
୬. ରାଜ୍ୟ ରାଜ୍ୟ ମଧ୍ୟରେ ଲୋକଙ୍କ ଯାତ୍ରା ଓ ପରିବହନ ପାଇଁ କୌଣିସ କଟକଣା କରାଯାଇ ନାହିଁ ।
୭. ଲକଡାଉନ୍ ୫.୦ କଣ୍ଟେନମେଣ୍ଟ ଜୋନରେ ୩୦ ଜୁନ୍ ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଆଧାରରେ ଏହି ଜୋନ୍ ଗୁଡିକ ଜିଲ୍ଲା ପ୍ରଶାସନ ଦ୍ୱାରା ସ୍ଥିର କରାଯିବ । କଣ୍ଟେନମେଣ୍ଟ ଜୋନରେ କେବଳ ଅତ୍ୟାବଶ୍ୟକ କାର୍ଯ୍ୟକଳାପକୁ ଅନୁମତି ମିଳିବ ।
୮. ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନ୍ ବାହାରେ ବଫର୍ ଜୋନ୍ ଚିହ୍ନଟ କରିପାରିବେ । ବଫର୍ ଜୋନରେ ଏପରି କିଛି ସ୍ଥାନ ରହିବ ଯେଉଁଠାରେ କରୋନା ସଂକ୍ରମଣର ନୂତନ ରୋଗ ହେବାର ଆଶଙ୍କା ଅଧିକ । ବଫର୍ ଜୋନ୍ ମଧ୍ୟରେ ମଧ୍ୟ ପ୍ରତିବନ୍ଧକ ଜାରି କରାଯାଇପାରେ ବୋଲି କୁହାଯାଇଛି ।

ରିପୋର୍ଟ : ସୁଧାଂଶୁ ଶେଖର