୫ବର୍ଷରେ ଓଡ଼ିଶାର ରୂପରେଖ ବଦଳେଇ ଦେବ ସମୃଦ୍ଧ ଓଡିଶା : ଡଃ ଯତୀଶ ଚନ୍ଦ୍ର ମହାନ୍ତି…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ସମୃଦ୍ଧ ଓଡିଶାର ୫ ବର୍ଷର ରୋଡମ୍ୟାପ୍ ଭୁବନେଶ୍ୱର ଆଗାମୀ ୫ ବର୍ଷ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିଛି ସମୃଦ୍ଧି ଓଡିଶା । ଏହି ୫ ବର୍ଷରେ ଓଡିଶାକୁ ଭାରତର ଏକମାତ୍ର ରାଜ୍ୟ ଭାବେ ଗଢି ତୋଳିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି । ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଦଳର ଗୁରୁତ୍ୱପୂର୍ଣ୍ଣ ସାମ୍ବାଦିକ ସମ୍ମିଳନୀରେ ସଭାପତି ଡଃ ଯତୀଶ ଚନ୍ଦ୍ର ମହାନ୍ତି ଏହା ପ୍ରକାଶ କରିଛନ୍ତି । ଆଗାମୀ ନିର୍ବାଚନରେ ଦଳକୁ ବହୁ ସଂଖ୍ୟାରେ ଜିତାଇବାକୁ ସେ ନିବେଦନ କରିବା ସହ ମାତ୍ର ୫ ବର୍ଷରେ ଓଡିଶାର ରୂପରେଖ ବଦଳାଇବାକୁ ପ୍ରତିଶୃତି ଦେଇଛନ୍ତି ସମୃଦ୍ଧ ଓଡିଶା ସଭାପତି ଡଃ. ମହାନ୍ତି । ରାଜ୍ୟରୁ ଗରିବୀ ଓ ବେକାରୀ ଦୂର କରିବା ସହ ବେରୋଜଗାରୀରୁ ମୁକ୍ତି ପାଇଁ ରାଜ୍ୟର ଏକ କୋଟି ଚାକିରୀ ଓ ଆତ୍ମନିଯୁକ୍ତିର ବ୍ୟବସ୍ଥା ଉପରେ ସେ ଦୃଢୋକ୍ତି ଦେଖାଇଛନ୍ତି । ଓଡିଶାର ଭବିଷ୍ୟତ ଯୁବପିଢୀର ସର୍ବାଙ୍ଗୀନ ବିକାଶକୁ ଅଗ୍ରାଧିକାର ଦେବା ସହ ରାଜନୈତିକ ଦଳମାନଙ୍କର ଆକ୍ରୋଶ ଓ ପୋଲିସ୍ ପ୍ରଶାସନର ମିଥ୍ୟା କେଶରୁ ଯୁବପିଢୀଙ୍କୁ ସୁରକ୍ଷା ଦେବ ସମୃଦ୍ଧ ଓଡିଶା । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦଳ ତରଫରୁ ମାଗଣା ବିଜୁଳି ଓ ପାଣି ଦେବା ବଦଳରେ ପ୍ରତି ପରିବାରର ମାସିକ ରୋଜଗାର ୨୦ ହଜାର ଟଙ୍କାକୁ ବଢାଇ ସମସ୍ତ ଶୁଳ୍କ ଲୋକେ ନିଜେ ଦେବାକୁ ବ୍ୟବସ୍ଥା କରିବ ଦଳ । ରାଜ୍ୟରୁ ଦୁର୍ନୀତି ଦୂର ହେବ ଓ ସବୁ ବିଧାୟକ ସାଂସଦ ଓ ରାଜନୈତିକ ପଦାଧିକାରୀ ପ୍ରତି ୬ ମାସରେ ଜନସାଧାରଣଙ୍କର ସାମ୍ନାରେ ହାଜର ହୋଇ ନିଜ ସାଧୁତାରେ ପ୍ରମାଣ ଦେବେ । ମୋଟାମୋଟି ଭାବେ ସ୍ୱଚ୍ଛ, ନିର୍ମଳ, ସୁଶାସନ ଦେବା ପାଇଁ ସମୃଦ୍ଧ ଓଡିଶା ଚେଷ୍ଟା କରିବ ବୋଲି ସଭାପତି ଡଃ. ଯତୀଶ ଚନ୍ଦ୍ର ମହାନ୍ତି ଘୋଷଣା କରିଛନ୍ତି । ଆଜିର ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ଓଡିଶା ସରକାରଙ୍କ ଉଦ୍ୟୋଗ ବିଭାଗର ପୂର୍ବତନ ସଚିବ ପଞ୍ଚାନନ ଦାସ, ଅଧ୍ୟାପକ ଡଃ. ପ୍ରଦୀପ୍ତ ବାରିକ୍‌, ସିଣ୍ଡିକେଟ୍ ବ୍ୟାଙ୍କର ପୂର୍ବତନ ଡିଜିଏମ୍ ହରିଶ ପ୍ରଧାନ, ଶିକ୍ଷାବିତ୍ ଡଃ ମିନାକ୍ଷୀ ଦାସ, ବିଜେପିର ଯୁବନେତା ନୀଳକଣ୍ଠ ରେଡ୍ଡୀ, ବିଜେଡିର ନାରୀନେତ୍ରୀ ବିସ୍ମିତା ଦାସ ଓ ଅନ୍ୟମାନେ ସମୃଦ୍ଧ ଓଡିଶା ଦଳରେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦଳର ମୁଖ୍ୟ ପରାମର୍ଶଦାତା ଜଷ୍ଟିସ୍ ଉମାଚରଣ ମିଶ୍ର, ବରିଷ୍ଠ ଉପସଭାପତି ମନୋରଞ୍ଜନ ଦାସ, ନନ୍ଦ ହାଂସଦାଃ, ସାଧାରଣ ସଂପାଦକ ନିରାକାର ବେଉରା, ଶରତ ଜେନା, ଆଡ୍‌ଭୋକେଟ୍ ସୁଶାନ୍ତ ମହାପାତ୍ର, ସନ୍ଦୀପ୍ ବାଗ୍‌, ପରେଶ ଭଞ୍ଜ ଓ ବିଭିନ୍ନ ଜିଲ୍ଲା ସଂଗଠକ ବିନାୟକ ଶତପଥୀ, ଆରିଫ୍ ଖାନ୍‌, ସୂର୍ଯ୍ୟ ନାରାୟଣ ଗୌଡ, ସନ୍ତୋଷ ମଲ୍ଲିକ୍‌, ଟିକୁ ମଲ୍ଲ, ରମେଶ ପ୍ରସାଦ ସ୍ୱାଇଁ, ଶ୍ରୀକାନ୍ତ ଦାସ ଓ ଚିନ୍ମୟ ସାହୁ ପ୍ରମୁଖଙ୍କୁ ଦଳର ସଭାପତି ସମୃଦ୍ଧ ଓଡିଶାର ବାର୍ତ୍ତାକୁ ପ୍ରତ୍ୟେକ ପରିବାର ପାଖରେ ପହଞ୍ଚାଇବା ପାଇଁ ଆହ୍ୱାନ ଦେଇଥିଲେ ।

ରିପୋର୍ଟ : ଅମୃତ ନନ୍ଦ