୫ଟି ‘ମୋ ସରକାର’ଯୋଜନାରେ ଉଦାହରଣ ସୃଷ୍ଟି କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ…

ଛତ୍ରପୁର (ସମୃଦ୍ଧ ଓଡିଶା) ଦକ୍ଷିଣ ଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳି ବ୍ରହ୍ମପୁର ସହରରେ ରହିଛି ରାଜ୍ୟର ସର୍ବବୃହତ ବାଣ ବଜାର । ସହର ବାହାରେ ଥିବା ବାଲୁଙ୍କେଶ୍ୱର ବାଣ ବଜାର ନିକଟରେ କ୍ରମଶଃ ଜନବସତି ବଢ଼ିବାରେ ଲାଗିଛି । ଯାହାକୁ ନେଇ ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବାଣ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଚିନ୍ତା କରାଯାଇଛି । ବାଣ ଲାଇସେନ୍ସ ଦେବା ପାଇଁ ଜିଲ୍ଲା ପ୍ରଶାସନଙ୍କୁ ମାଲିକ ସଂଘ ପକ୍ଷରୁ ଜଣାଇଛନ୍ତି । ବାଲୁକେଶ୍ଵର ବନ ବଜାରରେ ମୋଟ ୪୮ଜଣ ବ୍ୟବସାୟୀଙ୍କ ନାମରେ ଲାଇସେନ୍ସ ଥିବାବେଳେ ଏହାକୁ ସାମୟିକ ଭାବେ ପ୍ରଶାସନ ଅନୁମତି ଦେଇଥାଏ । କିନ୍ତୁ କିଛି ଅଭିଯୋଗ ପରେ ଚଳିତ ବର୍ଷ ରାଜ୍ୟର ଏହି ସର୍ବ ବୃହତ ବାଣ ବଜାରରେ ଦେଖିବାକୁ ମିଳିଛି ଅଚଳାବସ୍ଥା । ଦିନକ ପରେ ଯଦିଓ ଦୀପାବଳୀ କିନ୍ତୁ ବଜାରର କୌଣସି ଦୋକାନ ଆଜି ସନ୍ଧ୍ୟା ସୁଦ୍ଧା ଖୋଲାଯାଇନାହିଁ । ପୂର୍ବରୁ ବେନିୟମ ଭାବେ ବାଣ ଗଚ୍ଛିତ ରଖିବା ଅଭିଯୋଗରେ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସମସ୍ତ ଦୋକାନକୁ ସିଲ କରାଯାଇଥିଲା । କିନ୍ତୁ କିଛି ବ୍ୟବସାୟୀ ନିଜ ନାମରେ ଲାଇସେନ୍ସ ନେଇ ତାକୁ ସବଲିଜ ଦେଉଥିବା ଭଳି ଅଭିଯୋଗ ଆସିବା ପରେ ଏହାକୁ ନେଇ ପୁଣି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା । ଯାହାକୁ ନେଇ ଦୁଇଟି ପୃଥକ ପୃଥକ ମାମଲା କୋର୍ଟରେ ବିଚାରଧୀନ ଅଛି । ଏଭଳି ପରିସ୍ଥିତିରେ ବାଣ କିଣିବାକୁ ଓ ଫୁଟାଇବାକୁ ନେଇ ଯେଉଁ ଉତ୍ସାହ ସେଥିରେ ଫିକା ପଡିଯାଇଛି । ବାଣ ବଜାର ବନ୍ଦ ଯୋଗୁଁ ସହରରେ କେଉଁଠାରେ ହେଲେ ବାଣ ବିକ୍ରିଟା ଚଳିତ ବର୍ଷ ପ୍ରଶାସନିକ କଟକଣା ପାଇଁ ପ୍ରଭାବିତ ହୋଇଛି । କାଳେ କେତେବେଳେ ବଜାର ଖୋଲିବ ଆଉ ବାଣ ଦେଖିବାକୁ ମିଳିବ । ୧୦ଟି ଦୋକାନୀଙ୍କୁ ଅନୁମତି ଦିଆଯାଇଥିବା ବେଳେ ସମସ୍ତ ନୀତିନିୟମକୁ ପୂରଣ କଲେ ପ୍ରଶାସନ ଅନୁମତି ଦେବାରେ କୌଣସି ସମସ୍ୟା ନଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ଆଶା କରାଯାଉଛି ଦିପାବଳୀ ପୂର୍ବରୁ ସମସ୍ୟାର ସମାଧାନ ହେବ ଓ ବେଶ ଉତ୍ସାହର ସହିତ ନିୟମ ପାଳନ କରି ସୁରକ୍ଷିତ ଭାବେ ସମସ୍ତେ ଦିପାବଳୀ ପର୍ବକୁ ପାଳନ କରିବେ । ଗଞ୍ଜାମ ଜିଲ୍ଲାରେ ୨୦୫ ଜଣଙ୍କୁ ବାଣ ବ୍ୟବସାୟ କରିବା ପାଇଁ ଆସିଥିବା ମାଲିକଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ସୂଚନା ମିଳିଛି ।

ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା