୪୧ତମ ପ୍ରତିଷ୍ଠା ଦିବସ ପାଳନ କଲା ବିଜେପି…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଅଞ୍ଚଳରେ ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁସୂଚିତ ଜାତି ରାଜ୍ୟ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୀର୍ତ୍ତନ ଦାସ ନିଜର ଘର ଛାତ ଉପରେ ପତାକା ଉତ୍ତୋଳନ କରି ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଟା ଦିବସକୁ ସମ୍ମାନ ଜଣାଇଥିଲେ । ଏହାସହ ଦଳୀୟ ନେତା, କର୍ମୀମାନଙ୍କୁ ଲକ୍ଷ୍ୟ, ଅବିମୁଖ୍ୟ ଉଦ୍ଦେଶ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଭାରତୀୟ ଜନତା ପାର୍ଟି ଗଞ୍ଜାମ ଜିଲ୍ଲା ସଭାପତି ବିଭୁତି ଜେନାଙ୍କ ନିର୍ଦ୍ଦେଶରେ ଆଜି ସମସ୍ତ କର୍ମୀ ବୃନ୍ଦ ପ୍ରତିଷ୍ଠା ଦିବସକୁ ନିଜ ନିଜ ଘରେ ପାଳନ କରିଛନ୍ତି । ଏହି ଅବସରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରାଜନୈତିକ ବଳିଷ୍ଠ ନେତୃତ୍ୱ ସମ୍ବନ୍ଧରେ ନେତା ଓ କର୍ମୀମାନେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ରଶ୍ମିରାଣୀ ମହାପାତ୍ର, ଯୁବନେତା ସୁଦାମ ଜେନା, କାନ୍ତାରୀ ଦଳାଇ, ଭଗବାନ ପ୍ରଧାନ, ସୁରେନ୍ଦ୍ର ସାହୁ, ବିଳାସ କୁମାର ନାହାକ ଅଂଶ ଗ୍ରହଣ କରିଥିଲେ ।