୪୦ ଲିଟର ବିଦେଶୀ ମଦ ସହ ଦୁଇ ଗିରଫ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ସୋମବାର ବିଳମ୍ବିତ ସନ୍ଧ୍ୟାରେ ଦିଗପହଣ୍ଡି ଥାନା ଅନନ୍ତେଇ ଓ ଲଙ୍ଗଲଦେଇ ଗ୍ରାମରେ ଅତର୍କିତ ଚଢ଼ାଉ କରି ବେଆଇନ ଭାବେ ମଦ ବିକ୍ରି କରୁଥିବା ଅଭିଯୋଗରେ ଦୁଇ ମଦବେପାରୀକୁ ଗିରଫ କରିବା ସହ ବିପୁଳ ପରିମାଣରେ ୪୦ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ଦିଗପହଣ୍ଡି ପୋଲିସ ପକ୍ଷରୁ ଜଣାପଡ଼ିଛି । ଗିରଫ ଯୁବକ ଦ୍ବୟ ହେଲେ ଲଙ୍ଗଳ ଦେଇ ଗ୍ରାମର ଶିବରାମ ସାହୁ ଓ ଅନନ୍ତେଇ ଗ୍ରାମର ଉଦୟନାଥ ସେଠୀ ବୋଲି ପ୍ରାଥମିକ ସୂଚନାରୁ ଜଣାପଡିଛି । ଖବର ଅନୁଯାୟୀ, ମଦବେପାରୀ ମାନେ ବିଭିନ୍ନ ଅଞ୍ଚଳରୁ ରାତାରାତି ମଦ ଚୋରାଚାଲାଣ କରି ଗ୍ରାହକମାନଙ୍କୁ ଚଢା ଦରରେ ବିକ୍ରୀ କରି ପ୍ରଚୁର ଅର୍ଥ ରୋଜଗାର କରିଥାନ୍ତି । କିନ୍ତୁ ଏହି ମଦ ବେପାରୀକୁ ସାବାଡ କରିବା ପାଇଁ ଆକ୍ସନ ମୋଡରେ ଜଗି ରହିଛିି ଦିଗପହଣ୍ଡି ପୋଲିସ । ସୋମବାର ସନ୍ଧ୍ୟାରେ ଦିଗପହଣ୍ଡି ପୋଲିସ ବିଶେଷ ସୁତ୍ରରୁ ଖବରପାଇ ଉକ୍ତ ଦୁଇଟି ଗ୍ରାମରେ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଥାନାରେ ଅଟକ ରଖିଥିବା ଜଣାପଡିଛି । ତେବେ ସେମାନଙ୍କ ନିକଟରୁ ବିଭିନ୍ନ ବ୍ରାଣ୍ଡର ୪୦ ଲିଟର ବିଦେଶୀ ମଦକୁ ଜବତ କରିପାରିଛି । ଏନେଇ ଦିଗପହଣ୍ଡି ପୋଲିସ ଦୁଇ ଅଭିଯୁକ୍ତଙ୍କ ନାମରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ମଙ୍ଗଳବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।