୪ର୍ଥ ଦିବସରେ ବିଭିନ୍ନ ପଞ୍ଚାୟତରୁ ୧୯୯ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ…

ଛତ୍ରପୁର (ସମୃଦ୍ଧ ଓଡିଶା) ୪ର୍ଥ ଦିବସରେ ବିଭିନ୍ନ ପଞ୍ଚାୟତରୁ ୧୯୯ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆସନ୍ତା ଫେବୃଆରୀ ୧୬ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏଥି ସକାଶେ ସୋମବାର ୧୭ ତାରିଖରୁ ୨୧ ତାରିଖ ପଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ରହିଛି । ଏହି ତିନି ଦିନ ମଧ୍ୟରେ ବହୁ ଆଶାୟୀ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ୪ର୍ଥ ଦିବସରେ ଏହି ବ୍ଳକର ବିଭିନ୍ନ ପଞ୍ଚାୟତରୁ ୧୯୯ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ଆଶାୟୀ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ଜିଲ୍ଲା ପରିଷଦ ନିମନ୍ତେ ବିଜେଡି ପକ୍ଷରୁ ଦୁଇ ଜଣ ମହିଳା ୬୯ ପ୍ରୀତି ସାହୁ, ୬୭ ଡି. ଗୀତାଞ୍ଜଳି ଥିବା ବେଳେ ଜଣେ ପୁରୁଷ ୬୮ ଯୋନର ଏଳା ସୁଦର୍ଶନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିପରି ଜାତୀୟ କଂଗ୍ରେସ ପକ୍ଷରୁ ଦୁଇ ଜଣ ମହିଳା ଯଥା ୬୭ ଯୋନ ପାଇଁ ଭାରତୀ ବରଡ଼, ୬୯ ଜୋନ ପାଇଁ ଧରିତ୍ରୀ ପୁରୋହିତ ଏବଂ ଜଣେ ପୁରୁଷ ୬୮ ଜୋନ ପାଇଁ ସଞ୍ଜୟ ସ୍ୱାଇଁ ଜିଲ୍ଲା ପରିଷଦ ନିମନ୍ତେ ଗତ ୧୮ତାରିଖ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏପଟେ ସମିତି ସଭ୍ୟ ନିମନ୍ତେ ବଡ଼ଖଣ୍ଡି ଓ ଦୁର୍ବନ୍ଧ ପଞ୍ଚାୟତରୁ ୨ଜଣ ଲେଖାଏଁ, ଚାନ୍ଦୁଲି ଓ ଖରିଡ଼ା, ପଞ୍ଚାୟତରୁ ୩ଜଣ ଲେଖାଏଁ ଏବଂ ଭାବନ୍ଧ, ଦୟାପଲ୍ଲୀ, ଧୋବାଡ଼ି, କଂଚୁରୁ, ନନ୍ଦିକ, ପୋଚିଲିମା,ପୁଟିଆ ପଦର, ରାଳବ, ଶାସନ ଆମ୍ବଗାଁ, ସହାପୁର, ସାରୁ ଓ ସିକିରି ଏସବୁ ପଞ୍ଚାୟତରୁ ଜଣେ ଲେଖାଏଁ ସର୍ବମୋଟ ୨୧ଗୋଟି ପଞ୍ଚାୟତରୁ ୨୨ ଜଣ ସମିତି ସଭ୍ୟ ପଦବୀ ପାଇଁ ଆଜି ଚତୁର୍ଥ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ସରପଞ୍ଚ ପଦବୀ ସକାଶେ ୨୧ଗୋଟି ପଞ୍ଚାୟତ ମଧ୍ୟରୁ ବଡ଼ଖଣ୍ଡି, ବୁରୁପଡ଼ା, କଞ୍ଚୁରୁ, ଖରିଡ଼ା, ନନ୍ଦିକ ଓ ଶାସନ ଆମ୍ବଗାଁ ପଞ୍ଚାୟତରୁ ୨ ଜଣ ଲେଖାଏଁ, ଦୁର୍ବନ୍ଧ, ରାଳବ, ସାରୁ ଓ ଶିକିରି ପଞ୍ଚାୟତରୁ ୩ ଜଣ ଲେଖାଏଁ, ମକରର୍ଝୋଳ ପଞ୍ଚାୟତରୁ ୪ଜଣ ଏବଂ ବେଲଗାଁ, ଭାବନ୍ଧ, ଚାନ୍ଦୁଲି, ଦାରୁଭଦ୍ରା, ଧୋବାଡ଼ି ଓ ଗଣ୍ଡଳା ପଞ୍ଚାୟତରୁ ଜଣେ ଲେଖାଏଁ ସରପଞ୍ଚ ପ୍ରାର୍ଥୀ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ୱାର୍ଡ ସଭ୍ୟ ପଦବୀ ପାଇଁ ବେଲଗାଁ, ଭାବନ୍ଧ, ଚାନ୍ଦୁଲି ଓ ଖରିଡାରୁ ୪ଜଣ ଲେଖାଏଁ, ବୁରୁପଡ଼ାରୁ ଜଣେ, ସିକିରି, ପୋଚିଲିମା, ଦାରୁଭଦ୍ରାରୁ ୫ଜଣ ଲେଖାଏଁ, ଦୟାପଲ୍ଲୀରୁ ୧୧ଜଣ, ସାହାପୁର, ଶାସନ ଆମ୍ବଗା, ଧୋବାଡ଼ିରୁ ୬ଜଣ ଲେଖାଏଁ, ଦୁର୍ବନ୍ଧରୁ ୨୦ଜଣ, ଗଣ୍ଡଳାରୁ ୨ଜଣ, କଂଚୁରୁ ଓ ନନ୍ଦିକରୁ ୮ଜଣ ଲେଖାଏଁ, ମକରଝୋଳରୁ ୩ଜଣ, କଞ୍ଚୁରୁ ଓ ନନ୍ଦିକରୁ ୮ଜଣ, ପୁଟିଆପଦରରୁ ୭ଜଣ, ରାଳବରୁ ୧୮ଜଣ ଏବଂ ସାରୁ ପଞ୍ଚାୟତରୁ ୧୫ଜଣ ୱାର୍ଡ ମେମ୍ବର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସର୍ବ ମୋଟ ୧୪୨ଜଣ ୱାର୍ଡ ମେମ୍ବର ଓ ୩୫ଜଣ ସରପଞ୍ଚ ଏବଂ ୨୨ଜଣ ସମିତି ସଭ୍ୟ ପ୍ରାର୍ଥୀପତ୍ର ଶାନ୍ତିଶୃଙ୍ଖଳା ସହ ଦାଖଲ କରିଛନ୍ତି । ଏନେଇ ହିଞ୍ଜିଳିକାଟୁ ବ୍ଳକ ନିର୍ବାଚନ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା ସୂଚନା  ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା