୩ ଗୋଟି ଚୋରା ବାଇକ ଜବତ : ଜଣେ ଗିରଫ…

ବୁଗୁଡା (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ପୋଲିସକୁ ଏକ ସଫଳତା ମିଳିଥିବା ଜଣା ପଡ଼ିଛି । ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉପ ଆରକ୍ଷୀ ନିରୀକ୍ଷକ କାର୍ତ୍ତିକ ନାୟକଙ୍କ ନେତୃତ୍ୱରେ ପୋଲିସ ବାହିନୀ ବୁବୁଡ ଥାନା ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବ୍ଲକର ନିମପଦର ଗ୍ରାମରେ ଚଢ଼ାଉ କରି ୩ ଗୋଟି ଚୋରା ବାଇକ ଜବତ କରିବା ସହ ସେହି ଗ୍ରାମର ରିଙ୍କୁ ନାଏକକୁ ବାଇକ ଚୋରି ଅଭିଯୋଗରେ ଗିରଫ କରିଛନ୍ତି । ଏନେଇ ବୁଗୁଡା ଥାନା କେଶ ନଂ ୩୫୨/୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିବା ଏସ.ଆଇ. କାର୍ତ୍ତିକ ନାୟକ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଡ଼ଃ. କୁମୁଦ ଚନ୍ଦ୍ର ବେହେରା