୩ କଳା କୃଷି ଆଇନ୍ ପ୍ରତ୍ୟାହୃତ : ସଂଯୁକ୍ତ କୃଷକ ମୋର୍ଚ୍ଚାର ବିଜୟ ଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ ୩ଟି କଳାଆଇନ୍ ବିରେଧରେ ଦିଲ୍ଲୀ ସୀମାରେ ହଜାର ହଜାର ଚାଷୀ ପ୍ରାୟ ୧ବର୍ଷ ଧରି ଐତିହାସିକ ଓ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଥିଲେ । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଚାଷୀମାନଙ୍କ ନ୍ୟାର୍ଯ୍ୟ ଅଧିକାରକୁ ଅମାନ୍ୟ କରି ସେମାନଙ୍କ ଉପରେ ଅତ୍ୟାଚାର କରିଥିଲେ । କିନ୍ତୁ ଆଇନ୍ ପ୍ରତ୍ୟାହାର ନ ହେବା ଯାଏ ଆନ୍ଦୋଳନ ଚାଲିବ ବୋଲି କୃଷକମାନେ ଜବାବ୍ ଦେଇଚାଲିଥିଲେ । କିନ୍ତୁ ଗତକାଲି ଶୁକ୍ରବାର କେନ୍ଦ୍ର ସରକାର ଆନ୍ଦୋଳନକାରୀଙ୍କ ନିକଟରେ ସାଲିସ୍ କରି ୩ କଳା ଆଇନ୍‌କୁ ପ୍ରତ୍ୟାହାର କରି ନେଇଛନ୍ତି । ମାତ୍ର ଯେଉଁମାନେ ସହିଦ୍ ହୋଇଛନ୍ତି ସେମାନଙ୍କୁ ନ୍ୟାୟ ଦେବା ଓ ଏମ୍‌ଏସ୍‌ପିକୁ ଆଇନ୍‌ରେ ପରିଣତ କରିବା ତଥା ୨୦୨୦ ବିଦ୍ୟୁତ୍ ଆଇନ୍ ପ୍ରତ୍ୟାହର ନ ହେବାଯାଏ ଆନ୍ଦୋଳନ ଚାଲିବ ବୋଲି ସୂଚନା ଦିଆଯାଇଛି । ତଥାପି ୩ଟି କଳା ଆଇନ୍ ପ୍ରତ୍ୟାହାର ହୋଇଥିବାରୁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ବିଜୟ ଉତ୍ସବ ପାଳିତ ହୋଇଛି । ଏକ ଶୋଭାଯାତ୍ରାପରେ ବାଲେଶ୍ୱର ଜିଲାର ଜଳେଶ୍ୱର ବସ୍‌ଷ୍ଟାଣ୍ଡ ଠାରେ ଅନୁଷ୍ଠିତ ସଭାରେ ଦିଲ୍ଲିପ କୁମାର ଗିରି ସଭାପତିତ୍ୱ କରିଥିଲେ । ଏଥିରେ ସିତାଂଶୁ ସେନାପତି, ଜିତାଂଶୁ ନନ୍ଦି, ରତନ ଦାସ, ପଲ୍ଟୁ ଦାସ, ଜୀବନ ପରିଡା, ଜତିନ୍ ଜେନା, ରବିନ୍ଦ୍ର ବାରିକ, ପୂର୍ଣ୍ଣ ସିଂ, ଗଣେଶ ଭୂୟାଁ, ଗଣେଶ ପାତ୍ର, ଲକ୍ଷ୍ମିଧର ପଲେଇ, ଚନ୍ଦନ ଶତପଥି, ମଦନ ମାହାଲି, ରାଜକୁମାର ଆଚାର୍ଯ୍ୟ, ସନାତନ ନନ୍ଦି, ବରେନ୍ଦ୍ର ନନ୍ଦି, ରାଜେଶ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ରିପୋର୍ଟ : ଭୂପତି ପରିଡା