୩ କଳା କୃଷି ଆଇନ୍ ପ୍ରତ୍ୟାହାର ଦାବିରେ କୃଷକ ସଂଘର୍ସ ସମନ୍ନୟ ସମିତି ପକ୍ଷରୁ ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୃଷକ ସଂଘର୍ସ ସମନ୍ନୟ ସମିତି ଆହ୍ୱାନରେ ବାଲେଶ୍ୱର ଜିଲାର ଜଳେଶ୍ୱର ଅଂଚଳରେ ବିଭିନ୍ନ ସ୍ଥାନରେ କ୍ରାନ୍ତି ଦିବସ ପାଳନ କରାଯାଇଛି । ଅଭିନବ ଉପାୟରେ ନିଜ ନିଜ ଘର ସମ୍ମୁଖରେ ୩ଟି କଳା କୃଷି ଆଇନ୍‌କୁ ବାତିଲ ଦାବିରେ ଏହି ପ୍ରତିବାଦ ଦିବସ ଅନୁଷ୍ଠିତ ହୋଇ ଯାଇଛି । ୧୯୭୪ ଜୁନ ୫ ତାରିଖରେ କେନ୍ଦ୍ର ସରକାରଙ୍କ ବିରୋଧରେ ଦେଶ ତମାମ କଳା ଦିବସ ପାଳନ କରାଯାଇଥିବା ବେଳେ ଆଜି ମଧ୍ୟ କଳାଦିବସ ପାଳନ କରାଯାଇଥିବା ସମିତିର କର୍ମକର୍ତ୍ତାମାନେ କହିଛନ୍ତି । ଦିଲ୍ଲୀ ସୀମାରେ ୬ମାସ ଧରି ଚାଷୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି । ୟାସ ବାତ୍ୟାରେ କ୍ଷୟିଗ୍ରସ୍ତ ଲୋକଙ୍କୁ ସହାୟତା, ଜଳେଶ୍ୱରରେ କୋଭିଡ୍ ହସ୍‌ପିଟାଲ ଖୋଲାଯିବାକୁ ଦାବି କରାଯାଇଛି । ଚୁଡିମଣିପୁର, ପଂଚୁଘଣ୍ଟା, ଗୋବରଘଟା, ସୁଗୋ, ବାଇଗଣବାଡିଆ, ପଶ୍ଚିମବାର୍ଡ, ଆର୍‌ଆର୍‌ପୁର, ସମ୍ପତ୍ତିଆ, ଡେମୁରିଆ, ନାମ୍ପୋ, ରାଜପୁର ପ୍ରଭୃତି ସ୍ଥାନରେ ହୋଇଥିବା ବିକ୍ଷୋଭରେ ଦିଲ୍ଲୀପ ଗିରି, ଶିଶିର ହୁଇ, ସିତାଂଶୁ ସେନାପତି, ଦିପ୍ତିମାନ ଆଚାର୍ଯ୍ୟ, ଜୀତାଂଶୁ ନନ୍ଦୀ, ପଲଟୁ ଦାସ, ଦିଲ୍ଲୀପ ପରିଡା, ରବିନ୍ଦ୍ର ବାରିକ, ରତନ ଦାସ, ଆରତୀ ପଲେଇ, ଲକ୍ଷ୍ମୀଧର ପଲେଇ, ଜୀବନ ପରିଡା, ସେକ୍ ଅବଦୁଲ ସାଦ୍ଦିକ, ଜତିନ ଜେନା, ଚୈତନ୍ୟ ଅଣ୍ଡିଆ, ମଦନ ମହାଲି, ଗଣେଶ ଭୂୟାଁ, ରାମଚନ୍ଦ୍ର ଦେ, ବସନ୍ତ ମହାଲି, ଗଣେଶ ଭୂୟାଁ. ରାମଚନ୍ଦ୍ର ଦେ, ବସନ୍ତ ଦାସ, ବସନ୍ତ ପ୍ରଧାନ, ନିଖିଲ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ ।