୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ଦୋଷାରୋପ ପଛର ସାଙ୍ଘାତିକ ଷଢ଼ଯନ୍ତ୍ର ?…

ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା) ନିକଟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୩୭୦ଧାରାକୁ ନେଇ ଦେଶକୁ ସ୍ୱାଧୀନ ଆଣିଥିବା କଂଗ୍ରେସ ଓ ନେହୁରୁଙ୍କୁ ତୀବ୍ର ସମାଲୋଚନା କରିଛନ୍ତି । ଏପରିକି ବିଜେପି ଦଳର ବହୁ ପୁରୁଖା ନେତାମାନେ ମଧ୍ୟ କଂଗ୍ରେସ ଓ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ବିଭିନ୍ନ ଢଙ୍ଗରେ ଏହି ୩୭୦ଧାରାକୁ ନେଇ ତୀବ୍ର କଟାକ୍ଷ କରୁଥିବା ଦେଖିବାକୁ ମିଳୁଛି । ଏବେ ଅନୁଛେଦ ୩୭୦ ସମ୍ପର୍କରେ ଢେର ଚର୍ଚ୍ଚା ହେଉଛି ଦେଶରେ କାହିଁକି ବିଦେଶରେ ମଧ୍ୟ । ଅଧିକାଂଶ ଲୋକ ଅନୁଛେଦ ୩୭୦ ଉଛେଦକୁ ସମର୍ଥନ କରିବା ସହ ନେହରୁଙ୍କୁ ଦୋଷ ଦେଉଛନ୍ତି । ସ୍ୱାଧୀନ ଆଣିଥିବା ଏହି ମୁଖିଆ ମାନଙ୍କୁ ଏବେ ଏମାନେ କାହିଁକି ବିରୋଧ କରୁଛନ୍ତି । ଯେଉଁମାନେ ଇତିହାସ ସମ୍ପର୍କରେ ଭଲ ଭାବେ ଜାଣି ନ ଥିବେ ସେହି ମାନେ ହିଁ ନେହୁରଙ୍କୁ ଦୋଷ ଦେଉଥିବେ ବୋଲି ମୁଁ ଭାବୁଛି । ସତକଥା ହେଉଛି ଅନୁଛେଦ ୩୭୦ର ମୂଳ ଖଳନାୟକ ହେଉଛନ୍ତି ଗୋପାଳକୃଷ୍ଣ ଆୟଙ୍ଗର ଓ ଶେଖ୍ ଅବଦୁଲ୍ଲା ବୋଲି କୁହାଯାଉଛି । କିଛି ପରିମାଣରେ ଦାୟୀ ଥିଲେ ସର୍ଦ୍ଦାର ପଟେଲ । ୩୭୦ ଧାରା କୁ କଂଗ୍ରେସ ଓ ସମ୍ବିଧାନ ନିର୍ମାତା ଭୀମରାଓ ଆମ୍ବେଦକର ଦୃଢ ବିରୋଧ କରିଥିଲେ । କଂଗ୍ରେସକୁ ବୁଝାଇବା ପାଇଁ ନେହରୁଙ୍କ ସହାୟତା ନେଇଥିଲେ ସର୍ଦ୍ଦାର ପଟେଲ । ଯେତେବେଳେ ୩୭୦ ଧାରା ପ୍ରସ୍ତୁତ ହେଲା ଏବଂ ଲାଗୁ କରାଗଲା ସେତେବେଳେ ନେହରୁ ଆମେରିକାରେ ଥିଲେ । ନେହରୁ ୧୯୪୯ ମସିହା ଅକ୍ଟୋବର ୧୪ ରେ ଆମେରିକା ଗଲେ । ଯିବା ପୂର୍ବରୁ ପଟେଲଙ୍କୁ କହିଯାଇଥିଲେ କାଶ୍ମୀର ସମ୍ପର୍କରେ ତୁମେ ଯାହା ନିଷ୍ପତି ନେବ ମୋର ସେଥିରେ ସହମତି ରହିବ ବିଷୟ ଇତିହାସରେ ଲେଖାରହିଛି । ଅକ୍ଟୋବର ୧୬ରେ ଶେଖ ଅବଦୁଲ୍ଲା ଓ ସର୍ଦ୍ଦାର ପଟେଲଙ୍କ ଭିତରେ ଆଲୋଚନା ହୋଇ ପରଦିନ ଅର୍ଥାତ ଅକ୍ଟୋବର ୧୭ରେ ଏହା ସମ୍ବିଧାନ ସଭାରେ ପାସ କରାଗଲା । ନେହରୁ ନଭେମ୍ବର ୩ରେ ଭାରତ ଫେରିବା ପରେ ସର୍ଦ୍ଦାର ପଟେଲ ତାଙ୍କୁ ଅନୁଛେଦ ୩୭୦ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ କଂଗ୍ରେସ ଦଳର ନେତା ମାନଙ୍କୁ ବୁଝାଇବା ଦାଇତ୍ବ ନେଇଥିଲେ । ତେବେ ଅନୁଛେଦ ୩୭୦ର ପ୍ରଣେତା ହେଉଛନ୍ତି ଗୋପାଳସ୍ବାମୀ ଆୟଙ୍ଗର । ଏହି ଆୟଙ୍ଗର ହେଉଛନ୍ତି ଜଣେ ସିଭିଲ ସର୍ଭିସ ଅଫିସର ଥିଲେ ଯିଏ କି କାଶ୍ମୀର ରାଜା ହରି ସିଂହଙ୍କର ୧୯୩୭ ମସିହାରୁ ୧୯୪୩ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିଥିଲେ । ଭୀମରାଓ ଆମ୍ବେଦକର ଯେତେବେଳେ ସମ୍ବିଧାନ ନିର୍ମାଣ କଲେ ସେ କାଶ୍ମୀର ସ୍ବତନ୍ତ୍ର ସମ୍ବିଧାନକୁ ବିରୋଧ କରିବାରୁ ସର୍ଦ୍ଦାର ପଟେଲ ରାଜା ହରି ସିଂହଙ୍କ ପରାମର୍ଶ କ୍ରମେ କାଶ୍ମୀର ସ୍ବତନ୍ତ୍ର ଅଧିକାର ଡ୍ରାଫ୍ଟ ନିର୍ମାଣ ପାଇଁ ଗୋପାଳ କୃଷ୍ଣ ଆୟଙ୍ଗରଙ୍କୁ ଦାୟୀତ୍ବ ଦେଇଥିଲେ । ଏହି ଗୋପାଳକୃଷ୍ଣ ଆୟଙ୍ଗର ହିଁ ୩୭୦ ଧାରା ପ୍ରଣୟନର ମୂଳ ଖଳନାୟକ ଥିଲେ । ତାହା ଛଡା ସେହି ପରିସ୍ଥିତିରେ ୩୭୦ର ଆବଶ୍ୟକତା ରହିଥିଲା । କାରଣ ଦେଶ ସ୍ବାଧିନ ହେଲା ୧୯୪୭ ଅଗଷ୍ଟ ୧୫ ରେ । ସେତେବେଳେ ଭାରତରେ ୫୬୬ଟି ଦେଶୀୟ ରାଜା ଥିଲେ । ଏହି ରାଜାମାନଙ୍କ ପାଇଁ ବ୍ରିଟିଶ ସରକାର ୩ଟି ବିକଳ୍ପ ରଖିଥିଲେ । ପ୍ରଥମଟି ଥିଲା ଭାରତ ସହ ମିଶ୍ରଣ , ଦ୍ବିତୀୟ ଥିଲା ପାକିସ୍ତାନ ସହ ମିଶ୍ରଣ । ଶେଷ ବିକଳ୍ପ ଥିଲା ଯେଉଁ ରାଜ୍ୟ ଚାହିଁବ ସେ ସ୍ବତନ୍ତ୍ର ଦେଶ ହୋଇ ରହି ପାରିବ । ଅନେକ ଦେଶୀୟ ରାଜ୍ୟ ଭାରତ ସହ ମିଶିଲେ ଯେପରି ଓଡିଶାର ଢେଙ୍କାନାଳ ,ନୀଳଗିରି ଓ ମୟୁରଭଞ୍ଜ ଆଦି । ତେବେ ହାଇଦ୍ରାବାଦ ଓ ଜୁନାଗଡ ଭଳି ଦେଶୀୟ ରାଜ୍ୟ ପାକିସ୍ଥାନ ସହ ମିଶିବାକୁ ଚାହୁଥିଲେ, ହେଲେ ନେହରୁ ଓ ସର୍ଦ୍ଦାର ପଟେଲ ଭାରତୀୟ ସୈନ୍ୟଙ୍କ ସହାୟତାରେ ଏହି ଦୁଇ ରାଜ୍ୟକୁ ଭାରତୀୟ ଗଣରାଜ୍ୟରେ ମିଶାଇଥିଲେ । ସେପଟେ କାଶ୍ମୀର ରାଜା ହରି ସିଂବ ସ୍ବତନ୍ତ୍ର ଦେଶ ହୋଇ ରହିବାକୁ ଚାହିଁଲା । ଭାରତ ଯେତେବେଳେ ବଳ ପ୍ରୟୋଗ କରି ଜୁନାଗଡ ହାଇଦ୍ରାବାଦ୍ ଦଖଲ କଲା ପାକିସ୍ତାନ ମଧ୍ୟ କାଶ୍ମୀର ଦଖଲ ପାଇଁ ଶ୍ରୀନଗର ଉପରେ ଆକ୍ରମଣ କଲା । ରାଜା ହରିଂ ସିଂହ ଭାରତକୁ ସହାୟତା ମାଗିଲେ ହେଲେ ନେହରୁ କହିଲେ ଯେ କାଶ୍ମୀର ରାଜା ହରି ସିଂହ ଆଗ କାଶ୍ମୀରକୁ ଭାରତ ସହ ମିଳନ କରନ୍ତୁ ତା’ପରେ ଭାରତୀୟ ସୈନିକ ପାକିସ୍ତାନକୁ ଜବାବ ଦେବ । ରାଜା ହରି ସିଂହ ଭାରତ ସହ କାଶ୍ମୀରର ମିଶ୍ରଣ ଚୁକ୍ତିରେ ଦସ୍ତଖଚ କରିବା ପରେ ଭାରତର କାଶ୍ମୀର ଅଭିଯାନ ଆରମ୍ଭ ହୋଇଥିଲା । ଗୋଟିଏ ପଟରେ ଭାରତ ପାକିସ୍ତାନ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟ ପଟରେ ଭାରତୀୟ ସମ୍ବିଧାନକୁ ପ୍ରସ୍ତୁତ କରୁଥାନ୍ତି ଭୀମରାଓ ଆମ୍ବେଦକର । କାଶ୍ମୀର ସମସ୍ୟା ସମାଧାନ ପରେ ହିଁ ସେଠାରେ ଭାରତୀୟ ସମ୍ବିଧାନ ଲାଗୁ କରିବାକୁ ପ୍ରସ୍ତାବ ସହ ସେହି କିଛିଦିନ ପାଇଁ କାଶ୍ମାର ନିମନ୍ତେ ଅଲଗା ବ୍ୟବସ୍ଥା ବା ସମ୍ବିଧାନ ତଥା ସ୍ୱତନ୍ତ୍ର ରାଜ୍ୟ ବ୍ୟବସ୍ଥା କରିବାକୁ ସମ୍ବିଧାନ ସଭା ନିର୍ଣ୍ଣୟ କରିଥିଲା ହେଲେ ଆମ୍ବେଦକର ଏହାକୁ ବିରୋଧ କରିଥିଲେ । ଆମ୍ବେଦକରଙ୍କ ବିରୋଧ ଯୋଗୁଁ କାଶ୍ମୀରର ଅସ୍ଥାୟୀ ସ୍ୱତନ୍ତ୍ର ଅଧିକାର ଡ୍ରାଫ୍ଟ ପ୍ରସ୍ତୁତ ପାଇଁ ଗୋପାଳସ୍ବାମୀ ଆୟଙ୍ଗରଙ୍କୁ ଦାଇତ୍ବ ଦେଇଥିଲେ ସର୍ଦ୍ଦାର ପଟେଲ । ଗୋପାଳସ୍ବାମୀ ଯେଉଁ ଡ୍ରାଫ୍ଟ ପ୍ରସ୍ତୁତ କରିଥିଲେ ତାହା ଥିଲା ୩୦୬(ଏ) । ପରବର୍ତ୍ତି ସମୟରେ ୩୦୬ (ଏ) ୩୭୦ରେ ପରିବର୍ତ୍ତନ ହୋଇଥିଲା ବୋଲି ଇତିହାସ କହୁଛି । ଏହା ଏକ ଅସ୍ଥାୟୀ ବ୍ୟବସ୍ଥା ଥିଲା । ଏଥିରେ କୁହାଯାଇ ଥିଲା ଭବିଷ୍ୟତରେ ଏହି ଆଇନକୁ ଭାରତର ରାଷ୍ଟ୍ରପତି ଉଛେଦ କରି ପାରିବେ ହେଲେ କାଶ୍ମାର ବିଧାନସଭାର ଅନୁମତି ନେଇ ହିଁ କରିପାରିବେ । ଏବେ ଯେହତୁ କାଶ୍ମୀର ବିଧାନସଭା ଭଙ୍ଗ ହୋଇ ସାରିଛି । ସେଠାରେ ରାଜ୍ୟପାଳଙ୍କ ପରାମର୍ଶରେ ରାଷ୍ଟ୍ରପତି ୩୭୦ ଧାରାକୁ ଉଛେଦ କରିଛନ୍ତି । ଯେଉଁମାନେ ୩୭୦ ଧାରା କୁ ନେଇ ନେହରୁଙ୍କୁ ଦୋଷାରପ କରୁଛନ୍ତି ସେମାନେ ଅନ୍ତତଃ ଇତିହାସକୁ ଯାଇ ଲର୍ଡ ମାଉଣ୍ଟବେଟନ , ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ମହାଦେବ ଦେଶାଇଙ୍କ ଲେଖା ପଢିବା ଉଚିତ୍ । ଅନ୍ୟପକ୍ଷରେ ସାରାଦେଶରେ ଆଇନ କାନୁନ ସବୁ ରାଜ୍ୟପାଇଁ ସମାନ ଲାଗୁ ହେଉ ଥିବାବେଳେ କେବଳ ଜାମ୍ମୁ କାଶ୍ମୀର ପାଇଁ ସ୍ୱତନ୍ତ୍ର ଆଇନ ସତରେ ଏହା ଅଡୁଆ ଅଡୁଆ ଲାଗୁଥିଲା । ୩୭୦ ଧାରାକୁ ଉଛେଦ କରି ଅନ୍ୟ ରାଜ୍ୟ ଭଳି ଜାମ୍ମୁ କାଶ୍ମୀର ମଧ୍ୟ ଭାରତର ଏକ ଅବିଛେଦ୍ୟ ଅଙ୍ଗ ହୋଇଗଲା । ସେଥିପାଇଁ ମୋଦି ସରକାର ବାହା ବାହା ନେବା କିଛି ଅରୁଚିକର ନୁହେଁ । ଧନ୍ୟବାଦର ପାତ୍ର ନିଶ୍ଚୟ ।