୩କୋଟି ଟଙ୍କାର ୫ଟି କତା ପ୍ରକଳ୍ପ ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ….

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)କତା ଶିଳ୍ପ ତଥା କତା ଉଦ୍ୟୋଗର ବିକାଶ ପାଇଁ ଆଜି ରାଜଧାନୀ ଭୁବନେଶ୍ୱରରେ ଏକ ବଡ ଧରଣର କର୍ମଶାଳା ଅନୁଷ୍ଠିତ ହୋଇଛି । ଭାରତ ସରକାରଙ୍କ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଅଧିନସ୍ତ କୋଚିନରେ ଥିବା କୟର ବୋର୍ଡ ପକ୍ଷରୁ ଏହି କର୍ମଶାଳା ହୋଇଛି। ୨.୫ କୋଟି ଟଙ୍କା ବ୍ୟୟରେ ରାଜ୍ୟର କୋଣାର୍କ, ରାଜକନିକା, ରାଧାରାଣୀ, ରଘୁନାଥପୁର ଓ ଭୋଗରାଇରେ କୟର ଫ୍ୟାସିଲିଟି ସେଣ୍ଟର ନିର୍ମିତ ହେବ ବୋଲି ଘୋଷଣା କରାଯାଇଛି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଏସବୁର ଶିଳାନ୍ୟାସ କରିଛନ୍ତି । କତା ତିଆରି ହାତୀ, ଘୋଡା, ବାଇଚଢେଇ ବସା, ଅଳଙ୍କାର, ପାପୋଛ ଭଳି ସାମଗ୍ରୀକୁ ସୁଲଭ ମୂଲ୍ୟରେ ରାଜ୍ୟ ତଥା ବାହାରେ ରାଜ୍ୟରେ ବିକ୍ରୟ ପ୍ରଚାର ପ୍ରସାର କରିବା ଲକ୍ଷ୍ୟରେ ଏହା କରା ଯାଇଛି। ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଓଡ଼ିଶାରେ ୭୫ଟି ନୂତନ ଉଦ୍ୟୋଗ ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ୩୦୦ରୁ ଅଧିକ ଏସ୍‌ଏଚ୍‌ଜି ଗ୍ରୁପ୍‌ରେ ମହିଳାମାନେ କତା ସାମଗ୍ରୀ ତିଆରି କରୁଥିଲେ ବି ସେସବୁ ଶିଳ୍ପର ଚାହିଦା ବଜ଼ାର ପ୍ରସାର ଆଦି କରାଯାଇ ପାରୁ ନାହିଁ । ତେଣୁ ମାର୍କେଟିଂ ଉପରେ ଅଧିକ ଗୁରୁତ୍ୱ ଦିଆଯିବା ସହ ଚାହିଦା ଓ ପ୍ରସାର ପ୍ରଚାର ଦିଗରେ ଗୁରୁତ୍ୱ ଦେବାପାଇଁ କୟର ବୋର୍ଡ ସଂପାଦକ କୁମାର ରାଜା ପ୍ରତିଶୃତି ଦେଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା