୨ ଦିନିଆ ଭଲିବଲ ଟୁର୍ଣ୍ଣମେଣ୍ଟ ଉଦ୍‌ଯାପିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ଛମୌଜ ସ୍ଥିତ ଦୀନକୃଷ୍ଣ କ୍ଲବ ପକ୍ଷରୁ ୨ଦିନିଆ ଭଲିବଲ୍ ଟୁର୍ଣ୍ଣମେଣ୍ଟର ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୬ଟି ଦଳ ଭାଗ ନେଇଥିବା ବେଳେ ପାଇକସିଦା ଦଳ ଚମ୍ପିଆନ ଓ ଛମୌଜ ରନର୍ସଅଫ ହୋଇଥିଲେ । ଏହି ସଭାରେ ଗୌରାଙ୍ଗ ବାନାର୍ଜୀ, ବନବିହାରୀ ଦାସମହାପାତ୍ର, ସେମାନାଥ ପଣ୍ଡା ପ୍ରମୁଖ ଖେଳାଳୀମାନଙ୍କୁ ଉଦବୋଧନ ଦେଇଥିବା ବେଳେ କ୍ଲବ ସଭାପତି ପୂର୍ଣ୍ଣଚନ୍ଦ୍ର ଓଝା ଓ ସଂପାଦକ ରାଧାକୃଷ୍ଣ ଦାସ ପ୍ରମୁଖ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ । ଏହି ଖେଳକୁ ହେମନ୍ତ ପାତ୍ର, ସ୍ମୃତିରଂଜନ ପରିଡା, ଶତୃଘ୍ନ ପ୍ରଧାନ, ସଂଦିପ ଜେନା, ଜୟନ୍ତ ପରିଡା, ଦୁର୍ଗଶଂକର ଜେନା, ଚିକୁ ପ୍ରଧାନ, ଚିନ୍ମୟ ପ୍ରମାଣିକ, ଉତ୍ତମ ଜେନା, ନିତାଇ ଦାସ, ବିଜୁ ରାଉତ, ସୁଧାକର ପାତ୍ର, ସପନ ପରିଡା, ରାଜଗୋପାଳ ଓଝା, ପରିତୋଷ ବାନାର୍ଜୀ ପରିଚାଳନା କରିଥିଲେ ।