୨ ଟି ରକ୍ତଦାନ ଶିବର : ୮୩ ୟୁନିଟ୍ ସଂଗୃହିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତର ଆବଶ୍ୟକତାକୁ ଲକ୍ଷ୍ୟକରି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି । ଆଜି ବୁଧବାର ଓଲମରା ଗ୍ରାମପଞ୍ଚାୟତଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୋଟ ୫୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ବେଳେ ବିଧାୟକ ଅଶ୍ୱିନୀ ପାତ୍ର ଉଦ୍‌ଘାଟନ କରିଥିଲେ । ଅନୁରୂପ ଭାବେ ବିଧାୟକଙ୍କ ଦ୍ୱାରା ଗୋପାଳପୁର ଗୋଷ୍ଠୀ କେନ୍ଦ୍ର ଓ ପିଇଓ କାର୍ଯ୍ୟାଳୟର ଶୁଭ ଉଦ୍‌ଘାଟନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ଯତୀନ୍ଦ୍ର ମହାନ୍ତି, ଜିଲ୍ଲା ପରିଷଦ ସଦସ୍ୟା ମାନିନୀ ପ୍ରମାଣିକ, ସମିତି ସଭ୍ୟ ଉଦୟ ମୁର୍ମୁ, ବିଜେଡି ବ୍ଳକ ସଭାପତି ଭୂପତି ମିର୍ଦ୍ଧା, ମଧୁସୂଦନ ସେନାପତି, ବିଜେଶ ରଣା, ଦିଲ୍ଲିପ ସାମଲ, ଅଜୟ ମହାନ୍ତି, ରାସବିହାରୀ ରଣା, କାଳିଚରଣ ଦାସ, ଚନ୍ଦନ କର, ଜଗନ୍ନାଥ ବେରା ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ମଙ୍ଗଳବାର ଜଳେଶ୍ୱର ଲାୟନ୍ସ କ୍ଲବ ପକ୍ଷରୁ ସତ୍ୟନାରାୟଣ ମନ୍ଦିର ନିକଟରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୩୧ୟୁନିଟ ରକ୍ତ ସଂଗୃହିତ ହୋଇଥିବା ବେଳେ କ୍ଲବର ସଭାପତି ବିଷ୍ଣୁପଦ ମହାନ୍ତି ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ରକ୍ତଦାତା ସଂଘର ସଭାପତି କମଳ ଚକ୍ରବର୍ତ୍ତୀ, ଡ. ମହୋଶ ବିଶ୍ୱାଳ ଓ କ୍ଲବର ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା