୨୯ରୁ ପାର୍ଲିୟାମେଣ୍ଟ ଅଧିବେଶନ : ୧ ଫେବୃଆରୀରେ ବଜେଟ…

ନୂଆଦିଲ୍ଲୀ (ସମୃଦ୍ଧ ଓଡିଶା) ୧ ଫେବୃଆରୀରେ ବଜେଟ, ୨୯ରୁ ପାର୍ଲିୟାମେଣ୍ଟ ଅଧିବେଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସୂଚନା ଯେ, ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୨୯ରୁ ଆରମ୍ଭ ହୋଇ ଫେବୃଆରୀ ୧୫ ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୮ରୁ ଏପ୍ରିଲ୍ ୮ ପର୍ଯ୍ୟନ୍ତ ଚାଲିବ । କୋଭିଡ୍ ମହାମାରୀ ବେଳେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ମଧ୍ୟରେ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ସୁଗମ କରିବାକୁ ଯାଇ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଇଛି । ସପ୍ତମ ଲୋକସଭାର ପଞ୍ଚମ ଅଧିବେଶନ ଜାନୁଆରୀ ୨୯ରୁ ଆରମ୍ଭ ହେବା ସହ ଏହି ଅଧିବେଶନ ଏପ୍ରିଲ ୮ରେ ଶେଷ ହେବ ବୋଲି ସୂଚନା ମିଳିଛି । ରାଷ୍ଟ୍ରପତି ଜାନୁଆରୀ ୨୯ରେ ସକାଳ ୧୧ଟା ସମୟରେ ସଂସଦର ଦୁଇଟି ଗୃହକୁ ଏକାସାଙ୍ଗରେ ସମ୍ବୋଧିତ କରିବେ । ଫେବୃଆରୀ ୧ରେ ସକାଳ ୧୧ଟାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ କରାଯିବ ବୋଲି କୁହାଯାଇଛି ।