୨୨ଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ସିପିଏମ୍‌ର ବିକ୍ଷୋଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କୋଭିଦ୍‌-୧୯ ମହାମାରୀ ଦ୍ୱାରା ସମଗ୍ର ବିଶ୍ୱର ଆର୍ଥୀକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଏବେ ପେଟ୍ରୋଲ ଓ ଡିଜେଲ୍‌ର ମୂଲ୍ୟ ୨୨ଦିନ ଧରି କ୍ରମାଗତ ବଢି ଚାଲିଛି । ଏହାର ପ୍ରତିବାଦରେ ଆଜି ସିପିଆଇଏମ୍ ପକ୍ଷରୁ ଜଳେଶ୍ୱର ବଡବଜାର ଛକଠାରେ ଏକ ପ୍ରତିବାଦ ଦିବସ ପାଳିତ ହୋଇଛି । ଘଟଣାରୁ ପ୍ରକାଶ କରୋନା ପ୍ରଭାବରେ ପେଟ୍ରୋଲଜାତ ଦ୍ରବ୍ୟ ଅହେତକ ମୂଲ୍ୟବୃଦ୍ଧି ଘଟୁଛି । କିନ୍ତୁ ଆନ୍ତର୍ଜାତିକ ବଜାରରେ ଅଶୋଧିକ ପ୍ରେଟୋଲ ଦର ବେରେଲ ପିଛି ୪୦ଟଙ୍କା କମିଥିବା ବେଳେ ଭାରତରେ କମିନଥିବା ଏବଂ ଏଥିପ୍ରତି ରାଜ୍ୟ କିମ୍ବା କେନ୍ଦ୍ର ସରକାର ମୁଣ୍ଡ ଖେଳାଉନଥିବାରୁ ଏହା ଖାଉଟିଙ୍କ ଉପରେ ଚଡକ ପଡିଛି । କେନ୍ଦ୍ର ଓ ରାଜ୍ୟ ସରକାର ୫୧ଟଙ୍କାରୁ ଅଧିକ ଅବକାରୀ ଟିକସ ଓ ଭାଟ୍ ବଢାଇବା ଦ୍ୱାରା ଗରୀବଙ୍କ ଉପରେ କରୋନା ମାଡ ହୋଇଛି । ପୃଥିବୀର କୌଣସି ଦେଶରେ ୬୯ ପ୍ରତିଶତ ଟିକସ ଆଦାୟ ହେଉନଥିବା ବେଳେ ଆମ ଦେଶରେ ସିପିଆଇଏମ୍ ଆନ୍ଦୋଳନ ଗଢି ତୋଳିଛି । ଆଗାମୀ ଦିନରେ ଲୋକଙ୍କ ଜୀବନ ଜୀବିକାକୁ ବିପଦକୁ ଟାଣିନେଲେ ସିପିଆଇଏମ୍ ସମଗ୍ର ଦେଶରେ ଆନ୍ଦୋଳନ ଓ ବିକ୍ଷୋଭ କରିବ ବୋଲି ସୂଚନା ଦେଇଛି । ଆଜିର କାର୍ଯ୍ୟକ୍ରମରେ ଆଞ୍ଚଳିକ ସମ୍ପାଦକ ଦିଲ୍ଲିପ କୁମାର ଗିରାି, ଦିପ୍ତିମାନ ଆଚାର୍ଯ୍ୟ, ଜିତଂଶୁ ନନ୍ଦି, ରବିନ୍ଦ୍ର ବାରିକ, ଜୀବନ ପରିଡା, ପଲ୍ଟୁ ଦାସ, ଦିଲ୍ଲିପ ପରିଡା, ଲକ୍ଷ୍ମିଧର ପଲାଇ, ସେକ୍ ଅବଦୁଲ ସାଦିକ, ରତନ ଦାସ, ଗଣେଶ ଭୂୟାଁ, ଯତିନ୍ ଜେନା, ସେକ୍ ସିତାରୁଦ୍ଦିନ, ରାଜକୁମାର ଆଚାର୍ଯ୍ୟ, ସେକ୍ ହବିବୁଦ୍ଦିନ, ଧନଞ୍ଜୟ ପଲାଇ, ଅଜୟ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡା