୧୭ ଫୁଟ ସାଗୁଆନ କାଠ ଗଣ୍ଡିକୁ ଜବତ କଲା ବନ ବିଭାଗ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ରେଞ୍ଜ ଅଧିନ କୁସପଡା ବି ତୁରୁବୁଡି ନିକଟ ରାସ୍ତା ପାର୍ଶ୍ଵରେ ଥିବା ୧୭ ଫୁଟ ସାଗୁଆନ କାଠ ଗଣ୍ଡିକୁ ଦିଗପହଣ୍ଡି ରେଞ୍ଜର ପ୍ରମୋଦ କୁମାର ଖାଡଗରାୟ ଜବତ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିବା ପୂର୍ବରୁ କାଠ ମାଫିଆମାନେ ଘଟଣା ସ୍ଥଳରୁ ଫେରାର ହୋଇଥିବା ଜଣାପଡ଼ିଛି । ଏହି ଚୋରା କାଠ ମାମଲାରେ କୌଣସି ବ୍ୟକ୍ତିକୁ ଗିରଫ କରାଯାଇଥିବା ବେଳେ ଏ ନେଇ ବନାଞ୍ଚଳ ତରଫରୁ ୧୫/୨୦ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ କରୁଥିବା ବନବିଭାଗ ଅଧିକାରୀ କହିଛନ୍ତି । ଏହାସହ କାଠ ମାଫିଆମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କୁହାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା