୧୬ଟି ଚୋରି ବାଇକ ଜବତ : ୨ଗିରଫ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବିଭିନ୍ନ ସ୍ଥାନରୁ ମୋଟର ସାଇକେଲ ଚୋରି କରି ଗୋଳାବନ୍ଧ ଠାରେ ଥିବା ଏକ ଗ୍ୟାରେଜରେ ଚାଲିଥିଲା ଗାଡିର ନମ୍ବର ସହ ଇଞ୍ଜିନ ବଦଳ କାରବାର । ଏହି ଭଳି ୨ଜଣ ବାଇକ ଚୋରି କରୁଥିବା ଚୋରଙ୍କୁ ବ୍ରହ୍ମପୁର ସଦର ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତକାଲି ବ୍ରହ୍ମପୁର ସଦର ଥାନାଧିକାରୀଙ୍କ ନେତୃତ୍ୱରେ ଥାନା ଅନ୍ତର୍ଗତ ଲୋଚାପଡା ଅଞ୍ଚଳରେ ପୋଲିସର ଯାଞ୍ଚ ଚାଲି ଥିବାବେଳେ ଏକ ଟିଭିଏସ ଆପାଚି ବାଇକରେ ଗମାନଗମନ କରୁଥିବା ଖୋର୍ଦ୍ଧା ସଦର ଥାନା ଅଞ୍ଚଳରେ ଗୋଲାମ ହୋସେନ ଖାନ ଓ ବ୍ରହ୍ମପୁର ସଦର ଥାନା ଅଞ୍ଚଳର ଲିଲୁ ବେହେରା ନାମକ ୨ଜଣ ଅଭିଯୁକ୍ତ ଗିରଫ କରାଯାଇଥିଲା । ଏହି ୨ ଅଭିଯୁକ୍ତଙ୍କୁ ଥାନାରେ ଘେରାଉ କରି ପଚରାଉଚରା କରିବା ସମୟରେ ସେମାନଙ୍କ ବିଭିନ୍ନ ସ୍ଥାନରୁ ୧୬ଗୋଟି ବିଭିନ୍ନ ମଡେଲର ବାଇକ ଚୋରି କରିଥିବା ସୂଚନା ପ୍ରଦାନ କରିଥିଲେ । ଅଭିଯୁକ୍ତଙ୍କ ତଥ୍ୟକୁ ଆଧାର କରି ସଦର ପୋଲିସ ସମସ୍ତ ଗାଡିକୁ ଜବତ କରିବା ସହ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ଅତ୍ୟଧିକ ତଦନ୍ତ ଜାରି ରଖିଥିବା ସଦର ଥାନା ଏସ୍ଡିପିଓ ଶିବ ଶଙ୍କର ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା