ଫସି ରହିଥିବା ୧୧ ଜଣ ପ୍ରବାସୀଙ୍କୁ ଉଦ୍ଧାର କଲେ ବ୍ରହ୍ମପୁର ବିଧାୟକଙ୍କ ଟିମ୍…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଏବଂ ଓଡିଶା ମୋ ପରିବାର ଅଧକ୍ଷ ଅରୂପ ପଟନାୟକଙ୍କ ସୂଚନା ଅନୁସାରେ ଏବଂ ବ୍ରହ୍ମପୁର ବିଧାୟକଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତି ୧ ଘଣ୍ଟା ସମୟରେ ୧୧ ଜଣ ପ୍ରବାସୀଙ୍କୁ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ଟିମ ଇଚ୍ଛାପୁର ବସଷ୍ଟାଣ୍ଡରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ କୌଣସି କାରଣ ଯୋଗୁଁ ହାଇଦ୍ରାବାଦରେ କାମ କରୁଥିବା ୧୧ ଜଣ ପ୍ରବାସୀ ସେଠାରେ ନା ନା ଅସୁବିଧାର ସମ୍ମୁଖିନ ହେବା ପରେ ନିଜ ଘର ମୟୁରଭଞ୍ଜ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ କିନ୍ତୁ ଅର୍ଥର ଅଭାବ ଯୋଗୁଁ ସେମାନେ ଇଚ୍ଛାପୁର ପର୍ଯ୍ୟନ୍ତ ପହଞ୍ଚି ସେଠାରେ ଫସି ରହି ଯାଇଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ନିର୍ଦେଶ ଅନୁଯାଇ ତାଙ୍କର ଏକ ଟିମ ତଥା ବିଜୁ ଜନତା ଦଳ ବ୍ରହ୍ମପୁର ସଭାପତି ବିଜୟ ସାମଲ, ବିଜୁ ଯୁବ ସଭାପତି ଅଜିତ ପଣ୍ଡା, ବିଜୁ ଛାତ୍ର ଜୋନ ସଭାପତି ଜ୍ୟୋତି ରଞ୍ଜନ ସାହୁ, ବରିଷ୍ଠ ବିଜେଡି ନେତା, ଆଇନଜୀବୀ ଏବଂ ସମାଜସେବୀ ମଦନ ଦଳାଇ, ତୁମ୍ବୁନାଥ ପଣ୍ଡା, ରବି ସାହୁ, ସିଲୁ ସାବତ, କାଳିଆ ରେଡି ଫସି ରହିଥିବା ଏହି ପ୍ରବାସୀମାନଙ୍କୁ ଉଦ୍ଧାର କରିବାକୁ ଗାଡି ନେଇ ଇଚ୍ଛାପୁରରେ ଯାଇ ପହଞ୍ଚିଥିଲେ । ଏହାପରେ ସେମାନଙ୍କୁ ସେଠାରୁ ଉଦ୍ଧାର କରି ବ୍ରହ୍ମପୁର ଆଣି ତାଙ୍କର ପ୍ରାଥମିକ ଚିକତ୍ସା, ଖାଇବ ଏବଂ ରହିବାର ବ୍ୟବସ୍ଥା କରିବା ସହ ଏହି ୧୧ ଜଣ ପ୍ରବାସୀ ଓଡ଼ିଆଙ୍କୁ ଅନ୍ୟ ଏକ ଗାଡିରେ ନିଜର ବାସଗୃହ ସ୍ଥାନ ମୟୁରଭଞ୍ଜକୁ ପଠେଇବାର ବ୍ୟବସ୍ଥା ମଧ୍ୟ କରିଥିଲେ । ଏଥିଯୋଗୁଁ ଏହି ୧୧ ଜଣ ଶ୍ରମିକ ନିଜର ବାସଗୃହ ସ୍ଥାନକୁ ଫେରିଥିବାରୁ ଓଡିଶା ମୋ ପରିବାର ଅଧକ୍ଷ ଅରୂପ ପଟ୍ଟନାୟକ ଓ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ଏବଂ ତାଙ୍କ ଟିମଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା