୧୧ ଗୋଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପୋଲସରା ବିଧାୟକ…

ପୋଲସରା (ସମୃଦ୍ଧ ଓଡିଶା) ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଶୁକ୍ରବାର ଦିନ ପୋଲସରା ବ୍ଲକର ୧୧ ଗୋଟି ଗ୍ରାମରେ ପ୍ରତ୍ୟେକଙ୍କ ଘରକୁ ପାନୀୟ ଜଳଯୋଗାଣ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ଜଣାପଡ଼ିଛି । ପୋଲସରା ବ୍ଲକର କେନ୍ଦୁବାଡି, ଜିଲୁଣ୍ଡି, ସାନ ବରଗାଁ, ନିମିନା, ଭାବରଡ଼ା, ଜୋକବନ୍ଧ, ଇଚ୍ଛାପୁର, ଗୋଛାବାଡ଼ି, ପାତାଳସିଙ୍ଗି, ମର୍ଦ୍ଦରାଜପୁର, ଓ ବାଲିଛାଇ ୧୧ ଗୋଟି ଗ୍ରାମରେ ପ୍ରତ୍ୟେକଙ୍କ ଘରକୁ ପାଇପ ଦ୍ୱାରା ବିଶୁଦ୍ଧ ପାନୀୟ ଜଳଯୋଗାଣ ପ୍ରକଳ୍ପର ପାଇଁ ପ୍ରାୟ ପାଞ୍ଚ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ୧୧ ଟି ପ୍ରକଳ୍ପ ର ଭିତିପ୍ରସ୍ତର ସ୍ଥାପନ ବିଧାୟକ ଶ୍ରୀ ସାହୁ କହିଛନ୍ତି । ପ୍ରତ୍ୟେକ ଗ୍ରାମର ପ୍ରତ୍ୟେକଙ୍କ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଦ୍ୱାରା ସଂଯୋଗ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏହି ଯୋଜନାକୁ ସୁଫଳ ରୂପାୟନ ଦେବାପାଇଁ ବିଧାୟକଙ୍କ ଏହି ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ସାହୁ, ଅତିରିକ୍ତ ସହକାରୀ ଯନ୍ତ୍ରୀ ପ୍ରଦୀପ କୁମାର ତ୍ରିପାଠୀ, ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ବ୍ଲକ ବିଜେଡି ସମ୍ପାଦକ ଅଶୋକ କୁମାର ବିଷୋୟୀ ଓ ବିଭିନ୍ନ ଗ୍ରାମ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଲୋକ ପ୍ରତିନିଧିଙ୍କ ସମେତ ଗ୍ରାମବାସୀ ବୃନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।