୧୧ତମ ସର୍ବଭାରତୀୟ ଓପେନ୍ କରାଟେ ପ୍ରତିଯୋଗିତା ପାଇଁ ଗଞ୍ଜାମ ଜିଲ୍ଲାରୁ ୧୩ଜଣ ପ୍ରତିଯୋଗୀଙ୍କ ଭୂବନେଶ୍ୱର ଯାତ୍ରା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ୧୧ତମ ସର୍ବଭାରତୀୟ ଓପେନ୍ କରାଟେ ପ୍ରତିଯୋଗିତା ଚଳିତ ମାସ ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଭୂବନେଶ୍ୱରର ଉତ୍କଳ କରାଟେ ସ୍କୁଲ ଠାରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ଗଞ୍ଜାମ ଜିଲ୍ଲାରୁ ୧୩ଜଣ ପ୍ରତିଯୋଗୀ ମନୋନୀତ ହୋଇଛନ୍ତି । ଗତକାଲି ସେମାନେ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସେମାନଙ୍କ ନାମ ହେଲେ – ସୋନମ ପ୍ରଧାନ (୧୦ବର୍ଷ ବାଳିକା), ଅନନ୍ୟା ପାଲୋ (୯ବର୍ଷ ବୟସ ବାଳିକା), ଅମ୍ରିତା ପାତ୍ର (୧୩ ବର୍ଷ ବାଳିକା), ସ୍ମୃତି ପାତ୍ରୋ (ବାଳିକା ଅନୁର୍ଧ ବ୍ଲ୍ୟାକ୍ ବେଲ୍ଟ), ସ୍ରିଦିସ ମହାପାତ୍ର (୬ବର୍ଷ ବୟସ ବାଳକ), ଅନୁଷ କୁମାର ପାଲୋ (୭ବର୍ଷ ବୟସ ବାଳକ), ଆୟୁଷ୍ମାନ ନାୟକ (୯ବର୍ଷ ବୟସ ବାଳକ), ସାହିଲ ପୃଷ୍ଟି (୧୦ବର୍ଷ ବୟସ ବାଳକ), ଅନିକେତ ସାହୁ (୧୩ବର୍ଷ ବୟସ ବାଳକ), ଅମିତ କୁମାର ଡାକୁଆ (ହ୍ୱାଇଟ ବେଲ୍ଟ ସିନିୟର), ଆଶୁତୋଷ ପଟ୍ଟନାୟକ (ସିନିୟର ଅନୁର୍ଧ ୬୧ କେଜି), ମହେଶ କୁମାର ସାହୁ ( ସିନିୟର +୮୪ କେଜି), ସିଦ୍ଧାର୍ଥ ଭୂୟାଁ (ସିନିୟର -୭୫ କେଜି) ସମସ୍ତ ପ୍ରତିଯୋଗୀ ଟିମ୍ ମ୍ୟାନେଜର ଅନୁପମା ମହାରଣା ଏବଂ ଟିମ କୋଚ ସିଦ୍ଧାର୍ଥ ଭୂୟାଁଙ୍କ ନେତୃତ୍ବରେ ଭୂବନେଶ୍ୱର ଅଭିମୁଖେ ଗୁରୁବାର ଦିନ ଟ୍ରେନ ଯୋଗେ ଯାତ୍ରା କରିଛନ୍ତି । ଏହି ପ୍ରତିଯୋଗୀଙ୍କୁ ଗଞ୍ଜାମ ଜିଲ୍ଲା କରାଟେ ସଂଘ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା