୧୧ତମ ଫ୍ଲଡ଼ଲାଇଟ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ବିଜୟୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଖଲ୍ଲିକୋଟ କଲେଜ ପଡିଆ ଠାରେ ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ଆନୁକୂଲ୍ୟରେ ୧୧ ତମ ଫ୍ଲଡ଼ଲାଇଟ ରାଜ୍ୟସ୍ତରୀୟ ବିଜୁ ପଟ୍ଟନାୟକ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ କଟକ ରାଇଜିଙ୍ଗ ସ୍ଟୁଡେଣ୍ଟ ବନାମ ବ୍ରହ୍ମପୁର ଆଲଫା ସ୍ପୋର୍ଟିଙ୍ଗି କ୍ଲୁବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଆଲଫା ଦଳ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗର ନିଷ୍ପତି ନେଇଥିଲେ ନିର୍ଦ୍ଧାରିତ ୧୯ ଓବର ୫ ବଲ ଖେଳି ସମସ୍ତ ଉଇକେଟ ହରାଇ ୧୩୧ ରନ କରିଥିଲେ l ଦଳପକ୍ଷରୁ ସୋମ୍ୟରଞ୍ଜନ ବିଶ୍ୱାଳ ୨୧ ବଲ ଖେଳି ୧୯ ରନ କରିଥିଲେ l କଟକ ଦଳ ପକ୍ଷରୁ ବୋଲିଙ୍ଗରେ ସୁନୀଲ କୁମାର ରାଉଳ ୪ ଓବର ପକାଇ ୧୫ ରନ ଦେଇ ୩ ଉଇକେଟ ଅକ୍ତିହାର କରିଥିଲେ ଓ ତାରାକାନ୍ତ ସାମଲ ୩ ଓବର ୫ ବଲ ପକାଇ ୨୭ ରନ ଦେଇ ୩ ଉଇକେଟ ଅକ୍ତିହାର କରିଥିଲେ l ଜବାବରେ କଟକ ରାଇଜିଙ୍ଗ ସ୍ଟୁଡେଣ୍ଟ କ୍ଲୁବ ୧୬ ଓବର ୧ ବଳ ଖେଳି ସମସ୍ତ ଉଇକେଟ ହରାଇ ୭୮ ରନ କରିପାରିଥିଲେ l ଦଳ ପକ୍ଷରୁ କ୍ଷମା ସାଗର ବଳ ୭ ବଲ ଖେଳି ୧୩ ରନ କରିଥିଲେ l ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ପକ୍ଷରୁ ବୋଲିଙ୍ଗରେ ଶିଶିର କୁମାର ବେହେରା ୨ ଓବର ପକାଇ ୧୧ ରନ ଦେଇ ୩ ଉଇକେଟ ଅକ୍ତିହାର କରିଥିଲେ l ଆଜିର ଏହି ଦିବାରାତ୍ରୀର ଫାଇନାଲ ମ୍ୟାଚରେ ବ୍ରହ୍ମପୁର ଆଲଫା ସ୍ପୋର୍ଟିଙ୍ଗ କ୍ଲୁବ ୫୩ ରନରେ ମ୍ୟାଚ ଜିତିନେଇଥିଲା l ଆଜିର ମେନ ଅଫ ଦା ମ୍ୟାଚ ଆଲଫା ସ୍ପୋର୍ଟିଙ୍ଗ କ୍ଲୁବର ପିଣ୍ଟୁ ମହାରଣା ବେବେଚିତ ହୋଇଥିବା ବେଳେ, ବେଷ୍ଟ ବେଟେସ ମେନ କଟକ ରାଇଜିଙ୍ଗ ସ୍ଟୁଡେଣ୍ଟ କ୍ଲୁବର ସୋଭାଗ୍ୟ ମିଶ୍ର ହୋଇଥିବା ବେଳେ, ବେଷ୍ଟ ବୋଲର ଆଲଫା କ୍ଲୁବର ଶିଶିର କୁମାର ବେହେରା ଓ ମେନ ଅଫ ଦା ସିରିଜ ଆଲଫା କ୍ଲୁବର ରୋହିତ ସାଗର ବେବେଚିତ ହୋଇଥିଲେ l ଆଜିର ଉଦଯାପିତ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜ୍ୟ କୋଠା ବାଡ଼ି ଏବଂ ଅନ୍ୟlନ୍ୟ ଶ୍ରମିକ କଲ୍ୟାଣ ବୋର୍ଡ଼ ଅଦକ୍ଷ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧ୍ୟାୟକ ବିକ୍ରମ ପଣ୍ଡା, ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ମହାରଣା, ପୂର୍ବତନ କର୍ପୋରେଟର ଆର ମୁରଲୀ ମୋହନ, ଅନିଲ ନାୟକ, ସୁରେନ୍ଦ୍ର ମହାରଣା, ରଙ୍ଗେଈଲୁଣ୍ଡା ବ୍ଲକ ଅଦକ୍ଷ ସି ଏଚ ଉଷାରାଣି, ଉପାଧ୍ୟକ୍ଷ ଅଜିତ ଦାସ, ପୂର୍ବତନ ଉପ ବlଚସ୍ପତି ରାମ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଖେଳିମାନଙ୍କୁ ଉତ୍ସାହିତ କରିବା ସହ ଭଲ ଖେଳିବାକୁ ପରାମର୍ଶ ଦେଇଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଆଲଫା କ୍ଲବର ସମ୍ପାଦକ ବିଜୟ ଭାସ୍କର ସିଂ ସାମନ୍ତ, ଅମିତ କୁମାର ଦାସ ଓ ଅମିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ l ଏହି ମ୍ୟାଚରେ ଅମିତ ଦାସ ଓ ସୁଶାନ୍ତ ପଣ୍ଡା ଖେଳକୁ ପରିଚଳନା କରିଥିବା ବେଳେ ସ୍କୋରର ଭାବେ ଅମ୍ବିକା ପ୍ରସାଦ ପାଣିଗ୍ରାହୀ ଓ ଏସ ପବନ କଲ୍ୟାଣ ରେଡ୍ଡୀ ସହଯୋଗ କରିଥିଲେ l ମେଚରେ କମେଣ୍ଟ୍ରି କରିଥିଲେ ଅରୁଣ କୁମାର ଲିମ୍ମା ଓ ପ୍ରସନ୍ନ ପାଢ଼ୀ l