୧୦ନଂ ଜିଲା ପରିଷଦ ଜୋନରେ କଂଗ୍ରେସର ସାଂଗଠନିକ ବୈଠକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ବର୍ତ୍ତନା ଡେହେରାପଦା ଠାରେ ୧୦ନଂ ଜିଲାପରିଷଦ ଜୋନ୍‌ର କଂଗ୍ରେସ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । କଂଗ୍ରେସକୁ ତୃଣମୂଳ ସ୍ତରରେ ସୁଦୃଢ ଓ ଶୃଙ୍ଖଳିତ କରିବା ଲକ୍ଷ୍ୟରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାଯାଇଛି । ଆଜିର ବୈଠକକୁ ବ୍ଳକ କଂଗ୍ରେସ ସଭାପତି ରାଜୀବ ପରିଡା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ କଂଗ୍ରେସ ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଯୋଗ ଦେଇ କର୍ମୀମାନେ ଏକମନ ଓ ଏକ ପ୍ରାଣରେ ସମନ୍ନୟ ରକ୍ଷା କରି ଆସନ୍ତା ପଂଚାୟତ ନିର୍ବାଚନରେ କେନ୍ଦ୍ର ଓ ରାଜ୍ୟସରକାରଙ୍କ ବିଭିନ୍ନ ବିଫଳତା ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ସତ୍ୟସୁନ୍ଦର ଦାସ, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ଟାଉନ୍ ସଭାପତି ଗିରିଜା ଦାସ, ରିଆଜ ଖାଁ, ସରପଂଚ ପ୍‌ଦଲୋଚନ ବେହେରା ପ୍ରମୁଖ କର୍ମାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ।

ରିପୋର୍ଟ : ଭୂପତି ପରିଡା