୧୦ଟି ଜିଲ୍ଲାରେ ନାଇଟ କର୍ଫ୍ୟୁ…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ପୁଣି ରାଜ୍ୟରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଆଜିଠାରୁ ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଥିବା ଜଣାପଡିଛି ।  ଆଜି ରାତି ୧୦ଟାରୁ ପଶ୍ଚିମ ଓଡ଼ିଶାର ୭ ଓ ଦକ୍ଷିଣ ଓଡ଼ିଶାର ୩ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ଜଣାଯାଇଛି । ଜିଲ୍ଲାଗୁଡିକ ହେଲା ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ବଲାଙ୍ଗିର । ଏସବୁ ଜିଲ୍ଲାରେ ବିଭିନ୍ନ ଜିଲ୍ଲାର ଏସ୍‌ପି ବ୍ଲୁ ପ୍ରିଣ୍ଟ ତିଆରି କରିଛନ୍ତି । ରାତି ୧୦ରୁ ସକାଳ ୫ ଭିତରେ ଜରୁରୀ କାମ ନଥାଇ ଘରୁ ବାହାରିଲେ ମାମଲା ରୁଜୁ କରାଯିବ । କୋଭିଡ୍ ସଂକ୍ରମଣ ସ୍ଥିତି ବହୁତ ପରିମାଣରେ ନିୟନ୍ତ୍ରଣରେ ଅଛି । ତଥାପି ରାଜ୍ୟ ସରକାର ତାଉପରେ ନଜର ରଖିଛନ୍ତି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ସ୍ପଷ୍ଟ କରିଛନ୍ତି । ଏକ ଟ୍ୱିଟ୍ କରି ସେ ଏହି ସ୍ପଷ୍ଟୀକରଣ ରଖିଛନ୍ତି । ଏହାସହ ଲୋକେ କୋଭିଡ୍ ନିୟମ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦେଇଛନ୍ତି ।