୧କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ବ୍ରାଉନ ସୁଗର ଜବତ : ୬ ଗିରଫ…

କଟକ (ସମୃଦ୍ଧ ଓଡିଶା) ଗତକାଲି ସ୍ପେଶାଲ ସ୍କୁୱାର୍ଡ ଓ ଲାଲବାଗ ଥାନା ମିଳିତ ଚଢ଼ାଉ କରି ୧ କିଲୋ ୧୪୯ ଗ୍ରାମ (ଆନୁମାନିକ ମୂଲ୍ୟ-୧କୋଟିରୁ ଉର୍ଦ୍ଧ୍ବ) ମୂଲ୍ୟର ବ୍ରାଉନ ସୁଗର ଜବତ କରିବା ସହ ୬ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଗିରଫ ହୋଇଥିବା ୬ ଜଣଙ୍କ ମଧ୍ୟରୁ ୪ଜଣ ଜଗତସିଂହପୁରର ହୋଇଥିବା ବେଳେ ଜଣେ ପୁରୀ ଓ ଅନ୍ୟ ଜଣକ କଟକର ବାସିନ୍ଦା ବୋଲି ଆଜି ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଦୈତ୍ୟ ନଗରୀ ଆରକ୍ଷୀ ଆୟୁକ୍ତ ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏହି ବ୍ରାଉନ ସୁଗର ଜଳେଶ୍ୱରରୁ ଆସି ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଆଦି ଜିଲ୍ଲାକୁ ଚାଲାଣ ହେବାର ଯୋଜନା ହୋଇଥିଲା ବୋଲି ଜଣାପଡିଛି । ଏହାକୁ ମିଶାଇ ଗତ ପାଞ୍ଚ ମାସରେ ୪କିଲୋ ୨୫୦ ଗ୍ରାମ ବ୍ରାଉନ ସୁଗର ଜବତ ହେଲାଣି ବୋଲି ଜଣାଯାଇଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା