ୟୁଥ୍ ଫର୍ ଭିଲେଜ୍ ଦ୍ୱାରା “ବ୍ୟକ୍ତିତ୍ୱଙ୍କୁ ଭେଟନ୍ତୁ” ୱେବିନାର କାର୍ଯ୍ୟକ୍ରମ…

ଗଞ୍ଜାମ (ସମୃଦ୍ଧ ଓଡିଶା) ଗଞ୍ଜାମ ବ୍ଲକର ଅଗ୍ରଣୀ ଯୁବ ସଂଗଠନ ୟୁଥ୍ ଫର୍ ଭିଲେଜ୍ ଦ୍ଵାରା ୱେବିନାର ମାଧ୍ୟମରେ “ବ୍ୟକ୍ତିତ୍ୱଙ୍କୁ ଭେଟନ୍ତୁ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ବିଭିନ୍ନ ପ୍ରକାର ସୁଯୋଗ ଓ ସାଧନ ଅଭାବ ଫଳରେ ଯୁବକ ଯୁବତୀଙ୍କ ବ୍ୟକ୍ତିତ୍ୱର ବିକାଶ ସଠିକ ଭାବରେ ହୋଇପାରୁନି । ସମାଜର ବିକାଶ ନିମନ୍ତେ ବ୍ୟକ୍ତିତ୍ୱର ଆବଶ୍ୟକତା ରହିଛି । ଭଲ ବ୍ୟକ୍ତିତ୍ୱର ଯୁବଶକ୍ତି ସମାଜର ମୋଡ଼ ବଦଳେଇ ଦେଇ ପାରିବେ ତେଣୁ ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ସମାଜର ଥିବା ସୁବ୍ୟକ୍ତିତ୍ୱଙ୍କୁ ଭେଟି ନିଜର ବ୍ୟକ୍ତିତ୍ୱର ବିକାଶ ନିମନ୍ତେ ସଂଗଠନ “ବ୍ୟକ୍ତିତ୍ୱଙ୍କୁ ଭେଟନ୍ତୁ” କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି । ଏହି କାର୍ଯ୍ୟକ୍ରମର ମୁଖ୍ୟବ୍ୟକ୍ତା ଭାବେ ରାଜ୍ୟ ଯୁବ ସମ୍ମାନ ଓ ଦକ୍ଷିଣ ଏସିଆ ଲୋକଙ୍କ ପସନ୍ଦ ଯୁବ ସମ୍ମାନରେ ସମ୍ମାନିତ ଯୁବ ସଂଗଠକ ଭୁବନେଶ୍ଵରର ବିକ୍ରମ କେଶରୀ ନାୟକ ଯୋଗଦେଇ ବ୍ୟକ୍ତିତ୍ୱ ବିକାଶ ହିଁ ସମାଜର ବିକାଶର ମୂଳ ଚାବିକାଠି ବୋଲି ଦୃଢକ୍ତି ପ୍ରକାଶ କରିବା ସହ ସଫଳ ନେତୃତ୍ୱ ନେବାର କ୍ଷମତା, ସୁସମ୍ପର୍କ ରଖିବାର କଳା, କଠିନ ପରିସ୍ଥିତିର ସାମ୍ନା କରିବାର ଦକ୍ଷତା, ସମୟର ସଦୁପଯୋଗ ମାଧ୍ୟମରେ କେମିତି ବ୍ୟକ୍ତିତ୍ଵର ବିକାଶ ହୋଇପାରିବ ତାହା ଆଲୋଚନା କରି ପ୍ରତିଭାଗୀମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ । ଗଞ୍ଜାମ ପ୍ରେସ୍ କ୍ଲବ ଓ ଗଂଜାମ ସାସ୍କୃତିକ ମଞ୍ଚ ଉପଦେଷ୍ଟା ତଥା ସମାଜସେବୀ ଉମାକାନ୍ତ ବେହେରା ଯୋଗଦେଇ ଏହିଭଳି ଯୁବ ବିକାଶ ପ୍ରୟାସ ପାଇଁ ଆୟୋଜକଙ୍କୁ ପ୍ରଶଂସା କରିବା ସହ ଯୁବଶକ୍ତି ଦ୍ୱାରା ସମାଜର ପ୍ରତ୍ୟେକ ଅସମ୍ଭବ କାର୍ଯ୍ୟ ସମ୍ଭବ ହେଇପାରିବ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ତଥା ୟୁଥ୍ ଫର୍ ଭିଲେଜ୍ ପ୍ରତିଷ୍ଠାତା ଡି ଦେବହରି ରେଡି ୱେବିନାର ପରିଚାଳନା କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ସଭାପତି ଚୈତନ୍ୟ ରେଡି, ସମ୍ପାଦକ ଦୀପକ ସାହୁ, କୋଷାଦକ୍ଷ ମୋଚିରାମ ବେହେରା, ଶିକ୍ଷାବିତ ରବୀନ୍ଦ୍ର ସେଠି, ରବୀନ୍ଦ୍ର ଗୌଡ, ସୁଶାନ୍ତ ସେଠୀ, ବସନ୍ତ ବେହେରା, କୈଳାସ ସେଠୀ, ରାକେଶ ନାୟକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହିଭଳି ଯୁବ ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପ୍ରତ୍ୟେକ ମାସରେ ଆୟୋଜନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ପ୍ରକାଶ କରାଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା