ୟସ ବାତ୍ୟା ମୁକାବିଲା କରିବା ପାଇଁ କଂଗ୍ରେସର ପ୍ରସ୍ତୁତି ଓ କମିଟି ଗଠିତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନା ମହାମାରୀ ବିପଦ ସମୟରେ ୟସ ବାତ୍ୟା ଲୋକଙ୍କ ପାଇଁ ଆଉ ଏକ ବିପଦ ଆଣିବାକୁ ଯାଉଛି l ଏହିଭଳି ଏକ ଦୁଖଃଦ ପରିସ୍ଥିତିକୁ ଧର୍ଯ୍ୟ ଓ ସାହସର ସହିତ ସାମ୍ନା କରିବାକୁ କଂଗ୍ରେସ ପକ୍ଷରୁ ଜନସାଧାରଣଙ୍କୁ ଆହ୍ୱାନ ଦିଆଯାଇଛି l ଅତୀତରେ ଅନେକ ଦୁର୍ବିପାକକୁ ଆମ ଅଂଚଳର ଲୋକମାନେ ସାମ୍ନା କରିଛନ୍ତି ଏବଂ ଏହି ଦୁର୍ବିପାକକୁ ମଧ୍ୟ ସେମାନେ ସାମ୍ନା କରିବେ ବୋଲି ଆମର ବିଶ୍ୱାସ l ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବାଲେଶ୍ୱର ଜିଲ୍ଲା/ଜଳେଶ୍ୱର ଅଞ୍ଚଳ ବେଶୀ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ରହିଛି l ଜନସାଧାଙ୍କୁ ଅନୁରୋଧ କଚ୍ଚା, ଆଜବେଷ୍ଟେସ ଘରେ ନ ରହି ସରକାରଙ୍କ ଦ୍ୱାରା ନିରୂପିତ ଆଶ୍ରୟସ୍ଥଳ ବା ନିକଟସ୍ଥ ପକ୍କା ଘରେ ଆଶ୍ରୟ ନେବାକୁ ଅନୁରୋଧ କରାଯାଇଛି l ଶୁଖିଲା ଖାଦ୍ୟ ତଥା ଅନ୍ୟାନ୍ୟ ଅତି ଆବଶ୍ୟକ ଜିନିଷ ପତ୍ର ସାଇତି ରଖିବାକୁ କଂଗ୍ରେସ ପକ୍ଷରୁ ନିବେଦନ କରାଯାଇଛି l ବାତ୍ୟା ଆଶ୍ରୟସ୍ଥଳରେ ରହିଲାବେଳେ ମାସ୍କ ବ୍ୟବହାର ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି l ଏହି  ବାତ୍ୟାକୁ ମୁକାବିଲା କରିବା ତଥା ପ୍ରଭାବିତ ଲୋକଙ୍କୁ ସହାୟତା ଦେବାପାଇଁ ଜଳେଶ୍ୱର କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିବା ସହିତ ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ କମିଟି ଗଠନ କରିଛି l ଏହି କମିଟି ରେ ଜଳେଶ୍ୱର ବ୍ଲକ କଂଗ୍ରେସ ସଭାପତି  ରାଜୀବ ପରିଡା, ଟାଉନ ସଭାପତି ଗିରିଜା ଶଙ୍କର ଦାସ, ବସ୍ତା ବ୍ଲକ ସଭାପତି ସତ୍ୟନାରାୟଣ ଗୁପ୍ତା, କିଷାନ କଂଗ୍ରେସ ସଭାପତି ସୁଦାମ ପାତ୍ର, ହେମନ୍ତ ଗିରି, ଗୋପାଲକୃଷ୍ଣ ଜେନା, ସରପଞ୍ଚ ପଦ୍ମଲୋଚନ ବେହେରା, ଜଗଦୀଶ ନନ୍ଦୀ, ଯୁବକଂଗ୍ରେସ ନେତା ସବ୍ୟସାଚୀ ଦାସ, ସୁଶାନ୍ତ ଜେନା, ଶ୍ରୀକାନ୍ତ ସିଂ, ସୁରେଶ ମହାନ୍ତ, ନିଲୁ ପାଠୀ, ଗୋପାଳ ଜେନା, ରାଧାରାଣୀ ପାତ୍ର,  ଅଜିତ ସେଠି, ସପନ ଜେନା, ରବୀନ୍ଦ୍ର ଭଞ୍ଜ, ଅରୂପ ପାତ୍ର, ଶରତ ଜେନା, ପ୍ରଭାତ ଦାସ, ରେନେନ୍ଦ୍ର ସିଂ, ଗୌରୀ ଶଙ୍କର ଜେନା, ପୂର୍ବତନ ବ୍ଲକ ଚେୟାରମ୍ୟାନ ସୁକୁମାର ଘୋଷ, ଗୌରାଙ୍ଗ ମହାପାତ୍ର, ସୁଶାନ୍ତ ସେଠି, ଓଡିଶା ଯୁବ କଂଗ୍ରେସ ରାଜ୍ୟ ସହ-ସଂଯୋଜକ ଅଞ୍ଜନ କୁମାର ସିଂହ ପ୍ରମୁଖ ସଭ୍ୟ ରହିଛନ୍ତି l ବାଲେଶ୍ୱର ସାଂସଦ କ୍ଷେତ୍ରର କଂଗ୍ରେସ ନେତା ଶ୍ରୀ ନବଜ୍ୟୋତି ପଟ୍ଟନାୟକ ଓ ବିଧାନସଭା କ୍ଷେତ୍ରର ନେତା ସୁଦର୍ଶନ ଦାସ ଙ୍କ ତତ୍ୱାବଧାନରେ ଏହି କମିଟି କାର୍ଯ୍ୟ କରିବ l ବାତ୍ୟାକୁ ଦୃଷ୍ଟିରେ ରଖି ଯଥେଷ୍ଟ ଶୁଖିଲା ଓ ରନ୍ଧା ଖାଦ୍ୟର ବନ୍ଦୋବସ୍ତ କରିବା ସହିତ ଲୋକଙ୍କ ସ୍ଥାନାନ୍ତରଣ ଓ ଆଶ୍ରୟ ପାଇଁ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରାଯାଇଛି l  ତୁରନ୍ତ ଚାଷୀଙ୍କ ଧାନ ସରକାରୀ ମଣ୍ଡି ମାଧ୍ୟ୍ୟମରେ କିଣିବାକୁ ମଧ୍ୟ୍ୟ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି l