ୟଙ୍ଗ ଷ୍ଟାର ପକ୍ଷରୁ ରକ୍ତଦାନ ଶିବିର : ୨୫ ୟୁନିଟ୍ ସଂଗୃହୀତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରକ୍ତର ବିକଳ୍ପ ନ ଥିବା ଥେଲାସେମିଆ ଓ ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ରକ୍ତ ଯୋଗାଇବା ଲକ୍ଷରେ ବିଭିନ୍ନ ସ୍ଥାନରେ ଶିବିର ମାନ ଆୟୋଜନ କରାଯାଇ ଆସୁଛି । ଜଳେଶ୍ୱର ବ୍ଳକର ପାଇକସିଦା ପଂଚାୟତର ଚିତିମିଶ୍ରା ୟଙ୍ଗ ଷ୍ଟାର କ୍ଲବର ସରସ୍ୱତୀ ପୂଜା ଓ ଗ୍ରାମୀଣ ମହୋତ୍ସବ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ରକ୍ତଦାତା ସଂଘର ଜିଲା ସଭାପତି କମଳ ଚକ୍ରବର୍ତ୍ତୀ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ପ୍ରଶାନ୍ତ ଦାସ, ସାଂଗଠନୀକ ସଂପାଦକ ମନୋରଂଜନ ଦାସ, ଟେକ୍‌ନିସିଆନ୍ ଦେବାଶିଷ ଦତ୍ତ, ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କମଳାକାନ୍ତ ସେଠୀ, ଶିକ୍ଷକ ମୂରଲୀଧର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ମୋଟ ୨୫ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିବା ବେଳେ କ୍ଲବର ସଭାପତି ରବିନ୍ଦ୍ର ରଣା, ରଂଜନ ବେହେରାଙ୍କ ତତ୍ୱାବଧାନରେ ରାଧାକୃଷ୍ଣ ପାଣିଗ୍ରାହୀ. ମନୋରଂଜନ ସେନାପତି, ଚନ୍ଦନ ଦାସ, ପ୍ରଦୀପ ମହାନ୍ତି, ରାଜେଶ ରାଉଳ, ମୋଲିସା ସେନାପତି, ରଶ୍ମିତା ପାତ୍ର, ସତ୍ୟବ୍ରତ ପ୍ରଧାନ, ଲକ୍ଷ୍ମୀଧର ବାରିକ ପ୍ରମୁଖ ସହଯୋଗ କରିଥିଲେ ।

ରିପୋର୍ଟ : ଭୂପତି ପରିଡା