ହ୍ୟାଣ୍ଡବଲ୍ ସମର କପ୍ ଉଦଯାପିତ:ବ୍ରହ୍ମପୁର ଚମ୍ପିୟାନ

ବ୍ରହ୍ମପୁର,୧୩/୬: ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘ ଦ୍ୱାରା ଆୟୋଜିତ ହ୍ୟାଣ୍ଡବଲ ସମର କପ୍ ଗତ ୩ସପ୍ତାହ ଧରି ଚାଲିଥିବା ବେଳେ ଆଜି ତାହା ଉଦଯାପିତ ହୋଇଯାଇଛି।ଏଥିରେ ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦାର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଚାମ୍ପିୟନ୍ ବ୍ରହ୍ମପୁର ଟିମ୍ ଓ ରନର୍ସପ୍ ଗଞ୍ଜାମ ଟିମ୍ କୁ ପୁରସ୍କୃତ କରି ସମସ୍ତ ପ୍ରତିଯୋଗିଙ୍କୁ ଉତ୍ଚାହିତ କରିଥିଲେ ।ଏବଂ ଆଗାମୀ ଦିନରେ ହେବାକୁ ଥିବା ନ୍ୟାସନାଲ୍ ଚମ୍ପିୟାନସିପ୍ ପ୍ରତିଯୋଗିତା ନିମନ୍ତେ ପ୍ରତିଯୋଗି ନିମନ୍ତେ ସିଂଥେଟିକ୍ ହ୍ୟାଣ୍ଡବଲ୍ ଗ୍ରାଉଣ୍ଡର ବ୍ୟବସ୍ଥା କରାଯିବା ସହ ସମସ୍ତ ସହଯୋଗ ଯୋଗାଇଦିଆ ଯିବ ବୋଲି ମୁଖ୍ୟ ଅତିଥି ଶ୍ରୀ ବଳିରାମ ବୋନ୍ଦାର ପ୍ରତିଶ୍ରୁତି ଦେଇଥିଲେ ।ଏହି ପ୍ରତିଯୋଗିତାରେ ଗୋଳାବନ୍ଧ, ଗୋପାଳପୁର, ବ୍ରହ୍ମପୁର, ଗଞ୍ଜାମ, ଗୋଳନ୍ଥରା ଓ ସମର କ୍ୟାମ୍ପ ଟିମ ଏହିଭଳି ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ବ୍ରହ୍ମପୁର ଟିମ୍ ୧୮-୧୬ ଗୋଲ ବ୍ୟବଧାନରେ ଗଞ୍ଜାମ ଟିମ୍ କୁ ପରାସ୍ତ କରି ଚମ୍ପିୟାନ ହୋଇଥିଲା ।ଗତ ଦୀର୍ଘ ଦୁଇ ବର୍ଷରୁ ଅଧିକ କାଳ କରୋନା ଯୋଗୁଁ ଖେଳ ପ୍ରଭାବିତ ହୋଇଥିଲା। ବର୍ତ୍ତମାନ ସ୍ଥିତିରେ ସୁଧାର ଆସିବା ସହ ପିଲାଙ୍କୁ ଖେଳିବା ପାଇଁ ଓ ଆୟୋଜକଙ୍କୁ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରିବାକୁ ସୁଯୋଗ ମିଳିଛି। ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କ୍ରୀଡାର ପ୍ରସାର ଓ କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିବାକୁ ଏକାଧିକ ପଡ଼ିଆରେ ବିଭିନ୍ନ ପ୍ରକାରର ଖେଳକୁ ନେଇ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିବା ବେଳେ ଗଞ୍ଜାମ ଜିଲ୍ଲା ହ୍ୟାଣ୍ଡବଲ ସଙ୍ଘର ମିଳିତ ସହଯୋଗରେ ଆୟୋଜିତ ଏହି ସମର କପ୍ ଜରିଆରେ ଶିବିରାର୍ଥୀଙ୍କୁ ଖେଳ ସମ୍ପର୍କରେ ଅଧିକ ଜାଣିବାର ସୁଯୋଗ ପାଇଥିଲେ । ଏହି କପ୍ ଦୀର୍ଘ ୩ ସପ୍ତାହ ଧରି ଚାଲିଥିବାବେଳେ ଆଜି ଶେଷ ମ୍ୟାଚ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠିତ ଏହି ଶିବିରରେ ଆୟୋଜକ ଗଂଜାମ ଜିଲ୍ଲା ହ୍ୟାଣ୍ଡବଲ ସଂଘର ସମ୍ପାଦକ ସୁରେଶ କୁମାର ପାଢୀ,ଏନଆଇଏସ କୋଚ୍ ତଥା ଅନ୍ତର୍ଜାତୀୟ ରେଫ୍ରି ପ୍ରଶାନ୍ତ କୁମାର ରଥ, ଅନ୍ତର୍ଜାତୀୟ ଖେଳାଳୀ ସନ୍ଦୀପ ପାତ୍ର, କ୍ରୀଡା ଶିକ୍ଷକ ତଥା ଜାତୀୟ ରେଫେରୀ ଏ ତେଜଶ୍ବି ଓ ପ୍ରମୋଦ ପଟ୍ଟନାୟକ ପ୍ରମୁଖ ପରିଚାଳନା କରିବା ସହ ଶିବିରରେ ପ୍ରଶିକ୍ଷଣ ଦେଇଥିଲେ। ଆଜିର ଏହି ଉଦଯାପାନୀ ଉତ୍ସବରେ ଜିଲ୍ଲା ସଂଘର କାର୍ଯ୍ୟକାରୀ ସଭାପତି ଅଶୋକ କୁମାର ଶୁଳ୍କା, ଉପଦେଷ୍ଟା ପ୍ରକାଶ ପଣ୍ଡା, କୋଷାଧ୍ୟକ୍ଷ ଡ଼ଃ ମନୋଜ ପାତ୍ର,ଅଭିପ୍ରାୟର ସଭାପତି ତଥା ସମାଜସେବୀ ପ୍ରିୟବ୍ରତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ।ଆଜିର ଏହି ଉଦଯାପନି ଅବସରରେ ୬୦ରୁ ଉର୍ଦ୍ଧ୍ବ ଶିବିରାର୍ଥୀ ଉପସ୍ଥିତ ରହି ମୁଖ୍ୟ ଅତିଥି ଶ୍ରୀ ବୋନ୍ଦାରଙ୍କୁ ସ୍ୱାଗତ ଜଣାଇଥିଲେ ।

ରିପୋର୍ଟ: ଜିଲ୍ଲାପ୍ରତିନିଧି ନିମାଇଁ ଚରଣ ପଣ୍ଡା