ହୋଲି ଉପଲକ୍ଷେ…

ହୋଲି ଖେଳ ନୁହେଁ ଖାଲି ରଙ୍ଗ ବେରଙ୍ଗର
ହୋଲି ଏକ ଖେଳ ସିନା ସ୍ନେହ ସୌହାର୍ଦ୍ଦ୍ୟର
ହୋଲି ପୁଣି ସମାହାର ଅସୀମ ରଙ୍ଗର
ହୋଲି ବିତ ହୋଇପାରେ ପ୍ରତୀକ ପ୍ରୀତିର !
ହୋଲି କେବେ ନୁହେଁ ଏକ ଜାତି ବା ଧର୍ମର
ହୋଲି ଅଟେ ସନାତନ ସର୍ବେ ଏକାକାର
ହୋଲି ତ ମିଳନସ୍ଥଳ ସମସ୍ତ ଧର୍ମର
ହୋଲି ବି ତ ହୋଇପାରେ ମିଳନ ସ୍ୱାକ୍ଷର !!
ହୋଲି ଅନ୍ତ କରିପାରେ ବିଭେଦ ଧର୍ମର
ହୋଲି ଅନ୍ତ କରିପାରେ ବିଭେଦ ଜାତିର
ହୋଲି ଅନ୍ତ କରିପାରେ ବିଭେଦ ମନର
ହୋଲି ଅନ୍ତ କରିପାରେ ବିଭେଦ ମହୀର !!!
ଆସ ଆଜି ହୋଲି ଖେଳି ସର୍ବେ ଆମେ ହୋଇଯିବା ମିତ
ସାମ୍ୟ, ମୈତ୍ରୀ,ପ୍ରୀତି ପାଇଁ ଗାଇଯିବା ମିଳନର ଗୀତ ।

ଡା. ଦେବୀ ପ୍ରସାଦ ମିଶ୍ର
ସହକାରୀ ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ,
ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ