ହୋଡିଂ ଉଚ୍ଛେଦ ସମ୍ପର୍କରେ ବିଜେପି ପକ୍ଷରୁ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁରରେ ବିଜେପିର ହୋଡିଂ ଉଚ୍ଛେଦକୁ ନେଇ ଦଳୀୟ ନେତା ଓ କର୍ମୀ ଏହାକୁ ଦୃଢ଼ ନିନ୍ଦା କରିବା ସହ ଦଳୀୟ ନେତୃବୃନ୍ଦ ମାନେ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସୂଚନା ଅନୁଯାୟୀ ବିଜେପିର ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳଙ୍କ ଛତ୍ରପୁର ସହରବାସିଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଥିବା ଭିଆଇପି ରୋଡ୍ ଓ ବିଏସଏନଏଲ୍ କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ଫ୍ଲେକ୍ସ ହୋଡିଂକୁ ଆଜି ଛତ୍ରପୁର ଏନଏସି ପକ୍ଷରୁ କଡ଼ା ଯାଇଥିବାରୁ ଏହାକୁ ବିଜେପି ଛତ୍ରପୁର ନିର୍ବାଚନୀ ମଣ୍ଡଳୀ ପକ୍ଷରୁ ଦୃଢ଼ ନିନ୍ଦା କରିବା ସହ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କରଙ୍କ ନେତୃତ୍ୱରେ ଶତାଧିକ ଦଳୀୟ ନେତା ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ବାହାରି ଛତ୍ରପୁର ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏନଏସିର କାର୍ଯ୍ୟନିର୍ବାହୀ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଆମେ ଆପଣଙ୍କର ସ୍ୱିକୃତିପ୍ରାପ୍ତ ଏଜେନ୍ସି ମାଧ୍ୟମରେ ଟଙ୍କା ପୈଠ କରି ହୋଡିଂ ଲଗାଇବା ନିମନ୍ତେ ଅନୁମତି ମିଳିବା ସହ ଏଜେନ୍ସିଙ୍କ ଦ୍ୱାରା ହୋଡିଂ ଗୁଡ଼ିକ ଲଗାଯାଇଥିଲା । କେଉଁ କାରଣରୁ ଏହି ହୋଡିଂ ଗୁଡ଼ିକ ବାହାର କରାଗଲା ବୋଲି ଦଳୀୟ ନେତା ମାନେ ଏନଏସି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅପରପକ୍ଷରେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌. ଗଣେଶ କହିଥିଲେ ଯେ, ଭିଆଇପି ରୋଡରେ କୌଣସି ହୋଡିଂ ଲାଗିବା ନିମନ୍ତେ ଅନୁମତି ପ୍ରଦାନ କରାଯାଇନାହିଁ । ଏଥି ପାଇଁ ଏଜେନ୍ସିଙ୍କୁ ମଧ୍ୟ ଆଗରୁ ସୂଚନା ଦିଆଯାଇଛି । ଛତ୍ରପୁର ମଣ୍ଡଳ ସଭାପତି ରାଉଳ ନିଜ ମତାମତରେ କହିଛନ୍ତି ଯେ, ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ହୋଡିଂ ହଟାଯାଇଛି ଏହା ନିନ୍ଦନୀୟ ଅଟେ । ଗଣତନ୍ତ୍ରରେ ସମସ୍ତଙ୍କର ସମାନ ଅଧିକାରୀ ରହିଛି । ମୋର ଆଜି ସମ୍ମାନ ହାନି ଘଟିଛି ଏଣୁ ଏନେଇ ମୁଁ କୋର୍ଟର ଆଶ୍ରୟ ନେବି ବୋଲି କହିଛନ୍ତି । ଏହି ଆଲୋଚନାରେ ଛତ୍ରପୁର ମଣ୍ଡଳ ସଭାପତି ସଞ୍ଜିତ କୁମାର ରାଉଳ, ପୂର୍ବତନ ଉପନଗରପାଳ ବସନ୍ତ କୁମାର ବେହେରା, ମଣ୍ଡଳ ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା ଓ ଡି. ସୁରେଶ ରେଡ୍ଡିଙ୍କ ସମେତ ବହୁ ଦଳୀୟ ନେତାମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା