ହେ ମହାପ୍ରଭୁ ଏ ଜଗତରେ ତୁମେ ବିଶ୍ୱ ବ୍ରହ୍ମାଣ୍ଡରେ ଏକମାତ୍ର ପୁରୁଷ ଶ୍ରେଷ୍ଠ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ହେ ମହାପ୍ରଭୁ ଏ ଜଗତରେ ତୁମେ ବିଶ୍ୱ ବ୍ରହ୍ମାଣ୍ଡରେ ଏକମାତ୍ର ପୁରୁଷ ଶ୍ରେଷ୍ଠ । ତେଣୁ ତୁମେ କ୍ଷର ଅକ୍ଷର ସୃଷ୍ଠିରେ ଏକମାତ୍ର ମୋହହୀନ, ପାପହୀନ, ନିର୍ଲିପ୍ତ ଅବିକାର ପୁରୁଷ ପ୍ରଧାନ ମାତ୍ର।ଦାରୁ ବ୍ରହ୍ମରେ ତୁମେ ନୀଳକନ୍ଦରରେ ବିଜେ କରିଛ । ପାପୀ, ମତ ଗର୍ବୀ, ଛଳନା ପୂର୍ଣ୍ଣ ଶରୀରଧାରୀଙ୍କୁ ଭଲ ପଥ ଦେଖାଇବାରେ ତୁମେ ଅନେକ ଆଶା ଭରଷା ଦେଇ ଆସୁଛ । ତଥାପି ଯେଉଁମାନେ ନିଜ ପରିସରକୁ ନ ଆସି ନିଜର ସେହି ଆତ୍ମଗର୍ବରେ ମତୁଆଲ ହୋଇ ସମାଜ, କୁଳ, ବର୍ଣ୍ଣକୁ ଭ୍ରୁକ୍ଷେପ ନ କରି ଆଗେଇ ଯାଉଛନ୍ତି ତୁମେ ପୁଣି କ୍ଷମା ହିଁ କ୍ଷମା ଦେଇ ଚାଲିଛ । ଅଧମ ଜନମରେ ମାନବ ଶରୀରରେ କେତେ ଧର୍ମର କୂଳ କିନାରା ଉଲଙ୍ଘନ କରିଲେ ମଧ୍ୟ ସୁଯୋଗ ପରେ ସୁଯୋଗ ଦେଇ ଚାଲିଛ । ଏଣୁ ତୁମେ ଜଗତ ପାଳନ, ଲାଳନ କର୍ତ୍ତା ମହାନ ବ୍ରହ୍ମ। ତୁମର ସେ ଜ୍ୟୋତିର କଣିକାଏ ସେମାନଙ୍କ ହୃଦୟକୁ ସ୍ପର୍ଶ କରୁ ହେ ଭଗବାନ । ମାନବକୃତ ଶରୀରରେ ନିଜକୁ ଭଗବାନ କହିବାକୁ କୋମଳ ମତି ମାନବକୁ ବିପଥଗାମୀ କରି ଚାଲିଛନ୍ତି ଆଉ ସେମାନେ ସେହି ପରି ଦୁରାଚାରୀ ଭଣ୍ଡ ମାନଙ୍କୁ ପରମବ୍ରହ୍ମ ରୂପେ ଚିତ୍ରଣ କରିବାକୁ ପଛାଉ ନାହାନ୍ତି।ହେ ପରମ ବ୍ରହ୍ମ ନାରାୟଣ ନୀରବରେ ଏମାନଙ୍କ ମତିଗତିକୁ ନିରୀକ୍ଷଣ କରି ଚାଲିଛନ୍ତି।ତଥାପି ତୁମେ ନିର୍ବୀକାର । ଏହା ହି ଭଗବତ ସତ୍ତା ଓ ବିଶ୍ୱାସ । କି ସୁନ୍ଦର ସୁଲଳିତ କଣ୍ଠରେ ଭାବ ବିହ୍ୱଳ କଣ୍ଠରେ ଏହି କୋମଳମତି ଝିଅଟି ସେହି ପରମବ୍ରହ୍ମ ସନ୍ଧାନରେ ଭଜନଟି ମାଧ୍ୟମରେ ଗାଇଛି ତାହା ହିଁ ଆପଣଙ୍କର ମହାନଭବତା ।

ରିପୋର୍ଟ : ଦାମୋଦର ପାଢ଼ୀ