ହେଲ୍ପ ଫର ୟୁ ଫାଉଣ୍ଡେସନ ଦ୍ଵାରା ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ : ୧୦୩ ୟୁନିଟ ରକ୍ତ ସଂଗ୍ରହ…

ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ବ୍ଲକ ଅନ୍ତର୍ଗତ ସରସୀଦା ହାଇସ୍କୁଲ ପରିସରରେ “ହେଲ୍ପ ଫର ୟୁ ଫାଉଣ୍ଡେସନ” ଜଳେଶ୍ଵର ଦ୍ଵାରା ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତ ଅଭାବରୁ କୌଣସି ଲୋକଙ୍କ ଯେମିତି ମୃତ୍ୟୁ ନ ହୁଏ, ଏହି ଚିନ୍ତାଧାରା ପାଥେୟ କରି ଯେମିତିକି ଆମର ରକ୍ତ ଆମ ଅଜାଣତ ରେ ଆଉ କାହାର ଜୀବନ ବଞ୍ଚେଇ ବାରେ ସହାୟକ ହେବ । ରକ୍ତ ଦାନ ମହା ପୁଣ୍ୟ । ଏହି ରକ୍ତ ଦାନ ଶିବିର ରେ ସରସୀଦା ହାଇସ୍କୁଲର ଶିକ୍ଷକ ମନୋରଞ୍ଜନ ଦତ୍ତ, ରକ୍ତ ଦାନ ଶିବିର କୁ ଶୁଭ ଉଦ୍ଘାଟନ କରିଥିବା ବେଳେ, ଶିକ୍ଷକ ବିପଦ କୁମାର ସାହୁ, ଶିକ୍ଷକ ବିଜୟ କୁମାର ଭୂୟାଁ, ସମାଜସେବୀ ନିର୍ମଳ କୁମାର ରାଜ, ପ୍ରାକ୍ତନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ପରିଡ଼ା, ଶରତ ପାତ୍ର, ବିମ୍ବାଧର ପରିଡ଼ା ଓ ହେଲ୍ପ ଫର ୟୁ ଫାଉଣ୍ଡେସନ ସଭାପତି ମାନସ ରଞ୍ଜନ ଧଳଙ୍କ ନେତୃତ୍ବରେ, ଏହି ରକ୍ତଦାନ ଶିବିରଟି ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଉପ ସଭାପତି ସୁଜିତ କାମିଳା, ସହସମ୍ପାଦକ ପ୍ରଶାନ୍ତ କୁମାର ବେହେରା, ସମ୍ପାଦକ ସୁବାଶିଷ ମାନସ ରଞ୍ଜନ ରାଉଳ, କୋଷାଧ୍ୟକ୍ଷ ଗୋପିକୃଷ ପ୍ରଧାନ ଓ ସଙ୍ଗଠନର ସଭ୍ୟ କାଳୀଚରଣ ଦାସ, ମାନସ ରଞ୍ଜନ ବେହେରା, ହେମନ୍ତ ପାତ୍ର, ଚିନ୍ମୟ ପ୍ରମାଣିକ, ମନମୋହନ ଗିରି, ସଞ୍ଜୟ ପରିଡା, ଚନ୍ଦନ ପରିଡ଼ା ଓ ଫାଉଣ୍ଡେସନର ଅନ୍ୟ ସଦସ୍ୟ/ସଦସ୍ୟା ମାନଙ୍କର ସହଯୋଗ ଓ ରକ୍ତ ଦାତା ମାନଙ୍କର ସହଯୋଗରେ ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି।ହେଲ୍ପ ଫର୍ ୟୁ ଫାଉଣ୍ଡେସନର ଏହି ମହାନ କାର୍ଯ୍ୟକ୍ରମକୁ ବୁଦ୍ଧିଜୀବି ମହଲରେ ବେଶ୍ ପ୍ରଶଂସା କରା ଯାଇଥିବା ଜଣାପଡ଼ିଛି ଏବଂ ବାଲେଶ୍ୱର ରକ୍ତ ଭଣ୍ଡାରର ଡାକ୍ତର ମହେଶ କୁମାର ବିଶ୍ବାଳ, ଟେକ୍ନିସିଆନ ଦେବାଶିଷ ଦତ୍ତ, ଜଗଦୀଶ ତ୍ରିପାଠୀ ଓ ହେମଲତା ସେଠି ପ୍ରମୁଖ ସ୍ବାସ୍ଥ୍ୟ କର୍ମଚାରୀ ପରୀକ୍ଷା ନିରୀକ୍ଷା କରି ରକ୍ତ ସଂଗ୍ରହ କରୁଥିଲେ । 

ରିପୋର୍ଟ : ଭୂପତି ପରିଡା