ହୃଦ୍‌ରୋଗୀଙ୍କ ଚିକିତ୍ସାର ବ୍ୟବସ୍ଥା ଲାଗି ମେଡିକାଲ କ୍ରିୟାନୁଷ୍ଠାନ କମିଟିର ୬ଦଫା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାରେ ହୃଦ୍‌ରୋଗୀମାନଙ୍କ ଚିକିତ୍ସାଲାଗି ଫକୀରମୋହନ ଚିକିତ୍ସା କେନ୍ଦ୍ର ବାଲେଶ୍ୱରଠାରେ ବ୍ୟବସ୍ଥା ନ ଥିବାରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ସ୍ୱାସ୍ଥ୍ୟ ସେବାର ୬ଦଫା ଦାବିରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟୀର ଜଳେଶ୍ୱର ଶାଖା ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଳେଶ୍ୱରର ତହସିଲଦାର ଓ ପୌରଅଧିକାରୀଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଜଳେଶ୍ୱରରେ ବିଭିନ୍ନ ଡାକ୍ତରଖାନା ଓ ପ୍ରାଥମିକ ଡାକ୍ତରଖାନାରେ ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ନାହାନ୍ତି । ଫକୀରମୋହନ ମେଡିକାଲଶ କଲେଜରେ ମଧ୍ୟ ବହୁ ପଦବୀରେ ଡାକ୍ତର ନଥିବା ଏପରିକି ହୃଦ୍‌ରୋଗ ବିଭାଗର ପ୍ରଫେସର ନ ଥିବାରୁ ନିଯୁକ୍ତି ଲାଗି କମିଟି ପକ୍ଷରୁ ଦାବି ହୋଇଛି । ଉତ୍ତର ଓଡିଶାର ଶେଷ ସୀମାରୁ ବିଭିନ୍ନ ବିଭାଗର ରୋଗୀମାନେ ବାଲେଶ୍ୱର ଠାରେ ଡାକ୍ତର ଅଭାବରୁ ଚିକିତ୍ସାରୁ ବଞ୍ଚିତ ହୋଇ କଟକ କିମ୍ବା ଭୁବନେଶ୍ୱର ଯାଉଛନ୍ତି । ଏକ ସମୀକ୍ଷା ଅନୁ ଯାୟୀ ୨୦୨୦ ଏପ୍ରିଲରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ବାଲେଶ୍ୱର ଠାରେ ୪୪୭୪୫ ଜଣ ରୋଗୀ ଚିକିତ୍ସା ହେବାକୁ ଆସିଥିବା ବେଳେ ସେଥିରୁ ୬୪୪୫ଜଣଙ୍କୁ ବାଲେଶ୍ୱରରୁ କଟକ କିମ୍ବା ଭୁବନେଶ୍ୱର ପଠାଯାଇଛି । ବାଲେଶ୍ୱର ଠାରେ ଜଣେ ହୃଦ୍‌ରୋଗ ବିଶେଷଜ୍ଞ ନିଯୁକ୍ତି, ଆବଶ୍ୟକ ଯନ୍ତ୍ରାଂଶ ଓ ବୈଷୟିକ ସହଯୋଗି ବ୍ୟବସ୍ଥା, ଡାକ୍ତରମାନଙ୍କ ଉପସ୍ଥାନେକୁ ନିଶ୍ଚିତ କରିବା, ମୃତରୋଗୀଙ୍କ ସମ୍ପର୍କରେ ମାସିକ ସମୀକ୍ଷା ହେବା, ଇକୋ, କାଡିଓଲୋଜି ଓ ଏକ୍ମ ମେସିନ୍ ବାଲେଶ୍ୱରରେ ପ୍ରତିଷ୍ଠା କରିବା ଏବଂ ଜିକେଭଟ୍ଟର ହସ୍‌ପିଟାଲରେ ବିଶେଷଜ୍ଞ ତଥା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଗୁଡିକରେ ଡାକ୍ତର ପଦବି ପୂରଣ ଲାଗି ଦାବି କରାଯାଇଛି । କ୍ରିୟାନୁଷ୍ଠାନ କମିଯିର ସଂଯୋଜକ ଦିଲ୍ଲିପ କୁମାର ଗିରି, ସଭାପତି ବିଷ୍ଣୁପଦ ମହାନ୍ତି, କମଳ ଚକ୍ରବର୍ତ୍ତୀ ଓ ସବିତା ଭୂୟାଙ୍କ ନେତୃତ୍ୱରେ ଏହି ସ୍ମାରକପତ୍ର ତହସିଲଦାର ଓ ପୌରାଧିକାରୀଙ୍କୁ ଦିଆଯାଇଛି ।

ରିପୋର୍ଟ : ଭୂପତି ପରିଡା