ହିଞ୍ଜିଳିର ଏକ ବାଇକ୍‌ ସୋ’ରୁମ୍‌ରୁ ୪ ଲକ୍ଷରୁ ଅଧିକ ଟଙ୍କା ଚୋରି ଅଭିଯୋଗ…

ହିଞ୍ଜିଳିକାଟୁ (ସମୃଦ୍ଧ ଓଡିଶା) ହିଞ୍ଜିଳିକାଟୁ ବଇଁଚବଣିଆ ସ୍ଥିତ ଜାତୀୟ ରାଜପଥ ୫୯ କଡ଼ରେ ଭୂବନେଶ୍ୱର ଟି ଭି ଏସ ସୋରୁମରୁ ଗତକାଲି ରାତ୍ରି ପ୍ରାୟ ସମୟ ୧୨.୪୦ ରେ ଏକାଧିକ ବ୍ୟକ୍ତି ସୋରୁମ ଭିତରେ କାନ୍ଥ ଡେଇଁ ପ୍ରବେଶ କରି ପ୍ରାୟ ୪ ଲକ୍ଷ ୫୦ ହଜାର ଟଙ୍କା ଚୋରି କରିବାର ସୋରୁମ ମାଲିକ ହରିଚନ୍ଦନ ପଣ୍ତା ଥାନାରେ ଅଭିଯୋଗ କରିଛନ୍ତି । ଲିଖିତ ଏତଲା ପ୍ରକାରେ ଗତ ରାତିରେ ଆନୁମାନିକ ପ୍ରାୟ ୩ ଜଣ ବ୍ୟକ୍ତି ତାଲା ଭାଙ୍ଗି ସୋରୁମ ପରିସରରେ ଥିବା ଭିନ୍ନ ଭିନ୍ନ ଯାଗାରୁ ପ୍ରାୟ ୪ଲକ୍ଷ ୫୦ ହଜାର ଟଙ୍କା ଦୁର୍ବୁତ୍ତ ମାନେ କଳାକନା ବୁଲାଇଛନ୍ତି । ଏତଲା ପ୍ରାପ୍ତି ପରେ ହିଞିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସନ୍ଧାନି କୁକୁର ସହ ସାଇଫୋଣ୍ଟିକ ଦଳ ସହାୟତାରେ ତଦନ୍ତ ଦିଗ ବଢାଇବାରେ ଚେଷ୍ଟା କରିବା ସହ ଅନୁସନ୍ଧାନ ଜାରି ରଖିଥିବା ଜଣାପଡିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା