ହକି ବିଶ୍ୱକପ ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ନିଗମ ପକ୍ଷରୁ ବିତର୍କ ପ୍ରତିଯୋଗିତା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ରାଜ୍ୟରେ ଦ୍ୱିତୀୟଥର ପାଇଁ ଆୟୋଜିତ ହେଉଥିବା ହକି ବିଶ୍ୱକପ ଅବସରରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଆୟୋଜିତ ହୋଇଯାଇଛି ବିତର୍କ ପ୍ରତିଯୋଗିତା । ସ୍ଥାନୀୟ ମହାନଗର ନିଗମ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ଉପଖଣ୍ଡ ସ୍ତରୀୟ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମିକା ସଂଯୋଜନା କରିଥିବା ବେଳେ ବିଚାରକ ଭାବେ ଡୁରା ରାମ ନାରାୟଣ କଲେଜର ଅଧ୍ୟାପକ ଡା.ପିନାକୀ ମହାନ୍ତି, ଅଧ୍ୟାପିକା ସସ୍ମିତା କୁମାରୀ ସାବତ ଓ ସହକାରୀ ଜିଲ୍ଲାପାଳ ପ୍ରଦୀପ କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିବା ବେଲେ ସୂଚନା ଓ ଲୋକ ସମର୍କ ବିଭାଗର ଲୋକନାଥ ଶତପଥି କାର୍ଯ୍ୟକ୍ରମ ପରିଚାଳନ୍ନାରେ ସହଯୋଗ କରିଥିଲେ l ଏହି ଅବସରରେ ହକି ବିଶ୍ୱକପର ଭବିଷ୍ୟତ ସମ୍ପର୍କିତ ବିଷୟ ଉପରେ ଆୟୋଜିତ ପ୍ରତିଯୋଗିତାରେ ଗଣମାଧ୍ୟମ ପ୍ରତିନିଧି ମାନେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ସାମ୍ବାଦିକ ସମୀର କୁମାର ଆଚାର୍ଯ୍ୟ ପ୍ରଥମ ହୋଇଥିବା ବେଳେ ଆଶ୍ରୀବାଦ ରାଉତ ଦ୍ୱିତୀୟ ଓ କ୍ଷୀରସିନ୍ଧୁ ମହାନ୍ତି, ଶିବରାମ ଚୌଧୁରୀ ଯଥାକ୍ରମେ ତୃତୀୟ ସ୍ଥାନ ଅଧିକାର କରିଥିଲେ l କାର୍ଯ୍ୟକ୍ରମରେ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା