ସ୍ୱୟଂ ସହାୟିକା ଗୋଷ୍ଠୀ ଦ୍ୱାରା ନାଳନର୍ଦ୍ଦମା ସଫେଇ : ସାଧାରଣରେ ଆଲୋଚ୍ୟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଏଣିକି ସରକାର ପୌରପାଳିକା ଗୁଡିକରେ ନାଳ ନର୍ଦ୍ଦମା ସଫେଇ ଲାଗି ସ୍ୱୟଂ ସହାୟିକା ଗ୍ରୁପ ଗୁଡିକୁ ନିୟୋଜନ କରିବାର ବ୍ୟବସ୍ଥା କରିଛନ୍ତି । ଦୀର୍ଘବର୍ଷ ଧରି ନାଳ ନର୍ଦ୍ଦମା ଗୁଡିକ ପୋତି ହୋଇ ରହିଛି । ଜଳେଶ୍ୱର ପୌରପାଳିକାରେ ନୂଆବଜାରରେ ଥିବା ୩ଟି ସ୍ୱୟଂ ସହରୟିକର ଗୋଷ୍ଠୀ ନାଳ ନର୍ଦ୍ଦମା ସଫେଇରେ ଧ୍ୟାନ ଦେଇଥିବା ପ୍ରକାଶ । ଶ୍ରୀଜଗନ୍ନାଥ, ମା ଦୁର୍ଗ, ମା ଲକ୍ଷ୍ମୀ ଏସ୍‌ଏଚ୍‌ଜି ଗ୍ରୁପ ସମସ୍ତ ନାଳ ନର୍ଦ୍ଦମା ସଫେଇ କରି ଏକ ଆଲୋଡନ ସୃଷ୍ଟି କରିଥିବାରୁ ଗତ କିଛିଦିନ ତଳେ ବିଧାୟକ ଅଶ୍ୱିନୀର ପାତ୍ର ସେମାନଙ୍କୁ ପୁରସ୍କୃତ କରିଥିଲେ । ଉଦୀୟମାନ ଯୁବକ ସନ୍ଦିପ ପ୍ରଧାନ(ଦିପୁ) ମହିଳା ମାନଙ୍କୁ ସଂଗଠିତ କରି ଏପରି କାର୍ଯ ଚଳାଇଥିବାରୁ ସାଧାରଣରେ ପ୍ରଶଂସା କରାଯାଇଛି ।